ପ୍ରଥମେ ଋଣ ମାଗି ପରେ ମନ ବଦଳାଇଦେଲା ପାକିସ୍ତାନ, କହୁଛି ଆକାଉଣ୍ଟ୍ ହ୍ୟାକ୍ ହୋଇଛି

ନୂଆଦିଲ୍ଳୀ: ଧୀରେ ଧୀରେ ବାଟକୁ ଆସୁଛି କାଙ୍ଗାଳ ଦେଶ ପାକିସ୍ତାନ। ଗୋଟାଏ ଦିନ ଯୁଦ୍ଧରେ ଅବସ୍ଥା ବାର୍ ବାଜିଲାଣି। ଗୋଟାଏ ରାତିର ଯୁଦ୍ଧ ପରେ ତାଟିଆ ଧରି ରାସ୍ତାକୁ ଓହ୍ଲାଇଲାଣି ପାକିସ୍ତାନ। ଏକ ଏକ୍ସ ପୋଷ୍ଟ୍ କରି ଋଣ ମାଗିଛି ପାକିସ୍ତାନ ସରକାର।
ଏକ ଏକ୍ସ ପୋଷ୍ଟ୍ ଜରିଆରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି, ‘‘ଶତ୍ରୁ ଦ୍ୱାରା ହୋଇଥିବା ପ୍ରଚଣ୍ଡ କ୍ଷତି ପରେ ପାକିସ୍ତାନ ସରକାର ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଅନୁରୋଧ କରୁଛନ୍ତି। ବଢ଼ୁଥିବା ଯୁଦ୍ଧ ଏବଂ ଷ୍ଟକ୍ ଦୁର୍ଘଟଣା ମଧ୍ୟରେ ଆମେ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ। ରାଷ୍ଟ୍ରକୁ ସ୍ଥିର ରହିବାକୁ ଅନୁରୋଧ କରାଯାଇଛି।’’ ପୋଷ୍ଟ୍ରେ ବିଶ୍ବବ୍ୟାଙ୍କ୍, ଭାରତ-ପାକିସ୍ତାନ ଯୁଦ୍ଧ ଓ ପାକିସ୍ତାନ ଜିନ୍ଦାବାଦ ଆଦି ହ୍ୟାସ୍ଟ୍ୟାଗ୍ ସହ ଲେଖାଯାଇଛି।
ତେବେ ଏକ ପୋଷ୍ଟ୍ଟି କେତେ ସତ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କାରଣ ପରବର୍ତ୍ତୀ ସମୟରେ ପାକିସ୍ତାନ ସରକାର ନିଜ ପୋଷ୍ଟରୁ ଓହରଯାଇ ଦାବି କରିଛନ୍ତି ଯେ ସେମାନଙ୍କର ପାକିସ୍ତାନର ଅର୍ଥନୈତିକ ବ୍ୟାପାର ବିଭାଗର ଏକ୍ସ ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇଛି। ଏହି ପୋଷ୍ଟ୍ ହ୍ୟାକର୍ ପକ୍ଷରୁ ହୋଇଛି ବୋଲି।
ରଏଟର୍ସ ରିପୋର୍ଟ କରିଛି ଯେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏକ୍ସରେ କୌଣସି ପୋଷ୍ଟ କରାଯାଇ ନାହିଁ। ଦାବି କରାଯାଇଛି ଯେ ସେମାନଙ୍କର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍ ହୋଇଛି”।