ଦେଶ ବିଦେଶ

ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଦିନେ ଜୀବନ ହାରିବାକୁ ଯାଉଥିଲେ

ସ୍ଵାମୀ ଓ ଶାଶୁଘର ଲୋକଙ୍କ ଅତ୍ୟାଚାର ସହି ନପାରି ଜୀବନ ହାରିବାକୁ ଯାଉଥିବା ସବିତାଙ୍କ ଜୀବନ ଏମିତି ବଦଳି ଯାଇଥିଲା ଯେ ଆଜି କେହି ବିଶ୍ବାସ କରିବା ସହଜ ନୁହେଁ । ମାତ୍ର 16 ବର୍ଷ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା । ହେଲେ ସ୍ଵାମୀ ଓ ଶାଶୁ ରାତିଦିନ ମାଡ ଗାଳି କରୁଥିଲେ । ମାତ୍ର 21 ବର୍ଷ ବୟସରେ ଦୁଇ ଦୁଇଟି ପିଲାଙ୍କ ମା’ ହୋଇ ଶାଶୁଘରେ ହନ୍ତସନ୍ତ ହେଉଥିଲେ । ଶେଷରେ ସ୍ଵାମୀ ଓ ଶାଶୁଙ୍କ ନିର୍ଯ୍ୟାତନା ସହି ନପାରି ଦୁଇ ଶିଶୁଙ୍କୁ ଧରି ଘର ଛାଡି ଦେଇଥିଲେ ।

ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲା କି ପରିବାରର ସହଯୋଗ ନଥିଲା । ହେଲେ ନିଜ ଚେଷ୍ଟା ବଳରେ ଧୀରେ ଧୀରେ ବଦଳିଥିଲା ତାଙ୍କ ଜୀବନ । ବର୍ତ୍ତମାନ IAS ଅଫିସର ଭାବେ ସୁନାମ ଅର୍ଜନ କରିଥିବା ସବିତା ଦିନେ ଶାଶୁଘରେ ଥିବାବେଳେ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଶାଶୁ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିବା ବଦଳରେ ମୁହଁମୋଡି ଚାଲି ଯାଇଥିଲେ । ଏମିତି ଲୋକଙ୍କ ପାଇଁ ଜୀବନ ହାରିବା ମୁର୍ଖାମି ବୋଲି ହୃଦୟଙ୍ଗମ କରି ସେ ଶାଶୁଘର ଛାଡି ଦେଇଥିଲେ । ନିଜ ଚେଷ୍ଟାରେ ଏକ ଭଡାଘର ନେଇ ଏକ ବିୟୁଟି ପାର୍ଲରରେ କାମ କରିବା ଆରମ୍ଭ କରିଥିଲେ । ଯାହା ରୋଜଗାର ହେଉଥିଲା ପିଲାଙ୍କୁ ଖୁଆଇ ନିଜେ ବଞ୍ଚୁଥିଲେ । ସେ ପାଠପଢାରେ ବେଶ ତେଜ ଥିଲେ । ଦିନେ ଦେଖିଲେ କି, UPSC ପରୀକ୍ଷା ପାଇଁ ନୋଟିଫିକେସନ ବାହାରିଛି ।

ଏହି ପରୀକ୍ଷା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିଥିଲେ ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଦିଲ୍ଲୀରେ ଏକ କଲେଜରେ ଗ୍ରାଜୁଏସନ ଶେଷ କରିବା ପରେ IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ନିଜ ଲକ୍ଷ୍ୟ ହାସଲ ସେ ବର୍ତ୍ତମାନ ଜଣେ IAS ଅଫିସର ବନି ଯାଇଛନ୍ତି । ନିଜ ଜୀବନର ସଂଘର୍ଷ ଦିନକୁ ମନେପକାଇ ସବିତା କୁହନ୍ତି କି, ଜୀବନ ଯେମିତି ହେଉଥାଉ ନା କାହିଁକି ତାକୁ ସର୍ବଦା ପୁନର୍ବାର ଗଢି ହୁଏ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ସବିତା ଦଶମ ପରୀକ୍ଷା ଶେଷ କରିବା ପରେ ମାତ୍ର 16 ବର୍ଷ ବୟସରେ ତାଙ୍କ ବିବାହ ହୋଇ ଯାଇଥିଲା । ସବୁ ସଂଘର୍ଷକୁ ପାର କରି ନିଜ ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ ସବିତା । ଏବେ ସାରା ଭାରତ ଏହି ଦକ୍ଷ IAS ଅଫିସରଙ୍କୁ ଜାଣିବାକୁ ପାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button