କ୍ରାଇମ

ପରକୀୟା ପ୍ରୀତି ଧରିବା ପାଇଁ ପୁଲିସ ଟିମ ସହିତ ସ୍ବାମୀଙ୍କ ଘରେ ଚଢ଼ାଉ କଲା ସ୍ତ୍ରୀ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଜଣେ ଅସହାୟ ପତ୍ନୀ ଭୋଭୋ ହୋଇ କାନ୍ଦୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାରଣ ତାଙ୍କ ସ୍ବାମୀ ଆଉ ଜଣେ ମହିଳାଙ୍କ ସହିତ ଥିବା ସେ ଦେଖିବାକୁ ପାଇଥିଲେ। ଏସବୁ କୁ ସେ ସହ୍ୟ କରି ପାରି ନଥିଲେ। ନିଜ ସ୍ବାମୀଙ୍କୁ ଯଦି ପର ମହିଳାଙ୍କ ସହିତ ଥିବା ଦେଖିବ କେଉଁ ସ୍ତ୍ରୀ  ବା ଏହାକୁ ସହିବ ଯେ… କୌଣସି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସହ୍ୟ କରି ପାରନ୍ତି ନାହିଁ।

ତେବେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଜଣେ ମହିଳା ତାଙ୍କ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଯାଇଥିଲେ। ଅନେକଦିନ ହେବ ସ୍ବାମୀଙ୍କ ପରକୀୟା ପ୍ରୀତି ଧରିବା ପାଇଁ ତାଙ୍କ ଉପରେ ନଜର ରଖି ଆସୁଥିଲେ କିନ୍ତୁ କୌଣସି ସୁଯୋଗ ମିଳୁ ନଥିଲା।

 

ନିକଟରେ ସ୍ତ୍ରୀ ‌କାମର ବ‌ାହାନା କରି ଘରୁ ବାହାରି ଆସିଥିଲେ। ଆଉ ସ୍ବାମୀ ପୁନିତଙ୍କୁ କହିଥିଲେ କେବେ ଆସିବେ କିଛି କହି ହେବ ନାହିଁ। ଯେତେବେଳେ ଆସିବେ ଫୋନ କରି କହି‌ବେ। ସ୍ତ୍ରୀ ଚାଲିଯିବା ପରେ ପୁନିତ ଭଲ ପାଉଥିବା ଯୁବତୀଙ୍କୁ ଘରକୁ ଡାକିଥିଲେ। ତେବେ ଏନେଇ ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇଯାଇଥିଲେ।

ଏହାପରେ ସେ ତାଙ୍କ ପରିବାରଲୋକଙ୍କ ସମେତ ପୁଲିସ ଟିମ ନେଇ ସ୍ବାମୀଙ୍କ ଘରେ ଆସି ପହଞ୍ଚି ଯାଇଥି‌ଲେ। ସ୍ବାମୀ ଥିବା ରୁମ ଉପରେ ପୁଲିସ ଦଳଙ୍କ ସମେତ ଚଢ଼ାଉ କରି ପୁନିତଙ୍କୁ ଘୋ‌ଷାରି ଆଣିଥିଲେ। ଆଉ ସମସ୍ତଙ୍କ ସାମ୍ନାରେ ପୁନିତଙ୍କ ଗାଲରେ ଶକ୍ତ ଚାପୁଡ଼ା ବସାଇ ଭୋଭୋ ହୋଇ କାନ୍ଦିଥିଲେ । ତେବେ ମହିଳାଙ୍କୁ ଅନ୍ୟ ପୁଲିସ କର୍ମଚାରୀ ଧୌର୍ଯ୍ୟ ଧରିବାକୁ କହିବା ସହ ପୁନିତଙ୍କୁ ଥାନାକୁ ‌ନେଇ ପଚରଉଚରା ଚାରି ରଖିଛନ୍ତି।

ତେବେ ଘଟଣାସ୍ଥଳରେ ଥିବା କିଛି ସ୍ଥାନୀୟ‌ଲୋକେ ସ୍ତ୍ରୀଙ୍କ ଠାରୁ ପୁନିତ ଚାପୁଡ଼ା ଖାଇବ‌ା ଦେଖି କହିଥିଲେ, ‘ଆ ହା ରେ କି ଅବସ୍ଥା ହେଲା…’।




Related Articles

Leave a Reply

Your email address will not be published. Required fields are marked *

Back to top button