ଦେଶ ବିଦେଶ

କେଉଁଠୁ ଆସିଥିଲା ଏତେ କୋକିନ୍ ? ଦିଲ୍ଲୀରୁ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡ୍ରଗ୍ସ କାରବାର ଏକ ବଡ଼ ନେଟୱାର୍କର ପର୍ଦ୍ଦାଫାସ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ହଜାର ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରିଛି । ସ୍ପେଶାଲ୍ ସେଲ୍ ଅନୁସାରେ ଜବତ ଡ୍ରଗ୍ସରେ ୫୬୨ କିଲୋ କୋକିନ୍ ଏବଂ ୪୯ କିଲୋ ଥାଇଲାଣ୍ଡର ମେରୱାନା ଡ୍ରଗ୍ସ ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କୋକିନର ପ୍ରତି କିଲୋ ମୂଲ୍ୟ ୧୦ କୋଟି ଟଙ୍କା ରହିଛି । ଏହି ହିସାବରେ ଜବତ ଡ୍ରଗ୍ସର ମୂଲ୍ୟ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ।

ସ୍ପେଶାଲ୍ ସେଲ୍ ଏହା ମଧ୍ୟ ଖୁଲାସା କରିଛି ଯେ କେନ୍ଦ୍ରୀୟ ଗୁଇନ୍ଦାରୁ ମିଳିଥିବା ଇନପୁଟ୍ ଆଧାରରେ ଏହି ଅପରେସନକୁ ସଫଳ କରାଯାଇଛି । ଏହି ଅପରେସନ ଉପରେ ଗତ ଦୁଇ ମାସ ଧରି କାମ କରାଯାଉଥିଲା । ଦିଲ୍ଲୀରେ କୋକିନର ଆଜି ଯାଏର ସବୁଠୁ ବଡ଼ ମାତ୍ରାରେ ଜବତ କରାଯାଇଛି । ଏହା ପୂର୍ବରୁ ଥରେ ୩୬୦ କେଜି ହେରୋଇନ ଜବତ କରାଯାଇଥିଲା । କିନ୍ତୁ କୋକିନ କେବେ ବି ଦୁଇ-ଚାରି କେଜିରୁ ଅଧିକ ଜବତ କରାଯାଇ ନଥିଲା ।

ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ଅନୁସାରେ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ କିଙ୍ଗପିନର ନାଁ ତୁଷାର ଗୋୟଲ । ସେ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳର ବାସିନ୍ଦା । ଏହାସହ ପୋଲିସ ଔରଙ୍ଗଜେବ, ହିମାଂଶୁକୁ ଗିରଫ କରିଛି । ଔରଙ୍ଗଜେବ ଗାଡ଼ି ଚଲାଏ, ହିମାଂଶୁ ଏହି କାମରେ ସାମିଲ ରହିଥାଏ । ସେହିପରି ଚତୁର୍ଥ ବ୍ୟକ୍ତିର ନାଁ ଭରତ ଜୈନ । ଭରତ କୋକିନ ନେବା ପାଇଁ ମୁମ୍ୱାଇରୁ ଦିଲ୍ଲୀ ଆସିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button