ଦେଶ ବିଦେଶ

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା, ହାତ ଯୋଡି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ଵାଇ ୦୪।୧୦: ବଲିଉଡ ଅଭିନେତା ଗୋବିନ୍ଦା। ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ଦ୍ୱାରା ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଗୋବିନ୍ଦା ଭଲ ଅଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ହସ୍ପିଟାଲରୁ ବାହାରିବା ମାତ୍ରେ ଅଭିନେତା ସମସ୍ତଙ୍କୁ ହାତ ଦେଇ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଗୋବିନ୍ଦାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବାର ଭିଡିଓ ସାମ୍ନାକୁ ଆସିଲା।

ଗୋବିନ୍ଦା ଭାବପ୍ରବଣ ଦେଖାଯାଉଥିଲେ

ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ଗୋବିନ୍ଦା ଏକ ହ୍ଵିଲ୍ ଚେୟାରରେ ବସିଥିବାର ସ୍ପଷ୍ଟ ଦେଖାଯାଉଛି। ଅଭିନେତାଙ୍କ ପତ୍ନୀ ଏବଂ ଝିଅ ଟିନା ତାଙ୍କ ସହ ନଜର ଆସିଛନ୍ତି। ସେ ହସ୍ପିଟାଲରୁ ବାହାରିବା ମାତ୍ରେ ଗୋବିନ୍ଦା ସମସ୍ତଙ୍କ ସାମ୍ନାରେ ହାତ ଯୋଡି ଧନ୍ୟବାଦ ଜଣାଇଥିଲେ। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଗୋବିନ୍ଦଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋବିନ୍ଦା କାରରେ ବସି ନିଜ ଘରକୁ ଯାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button