ଦେଶ ବିଦେଶ

ହୁଇଲଚେୟାର ବସି ହସ୍ପିଟାଲରୁ ବାହାରିଲେ ଗୋବିନ୍ଦା ଡାକ୍ତର ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ: ଅକ୍ଟୋବର ୧ ତାରିଖରେ ଅଭିନେତା ଗୋବିନ୍ଦାଙ୍କ ସହିତ ଏକ ଅଘଟଣ ଘଟି ଯାଇଥିଲା। ଏହି ଦୁର୍ଘଟଣାରେ ଅଭିନେତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।

ବିମାନବନ୍ଦରକୁ ବାହାରୁ୍ଥିବା ସମୟରେ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଥିଲା। ତିନିଦିନ ଧରି ଆଇସିୟୁରେ ରହିଥିଲେ ଗୋବିନ୍ଦା।

ଏହି ସମୟରେ ସୁପରଷ୍ଟାରଙ୍କୁ ଭେଟିବା ପାଇଁ ଅନେକ କଳାକାର ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିବା ସମୟରେ ତାଙ୍କ ଧର୍ମପତ୍ନୀ ସୁନୀତା ଘରେ ନଥିଲେ। ସେ ସ୍ବାମୀଙ୍କ ସହିତ ଏଭଳି ଘଟଣା ଘଟିଥିବା ଖବର ପାଇବା ପରେ ତୁରନ୍ତ ଆଇସିୟୁରେ ଆସି ପହଞ୍ଚିଥିଲେ। ଅକ୍ଟୋବର ୪ ତାରିଖ ଶୁକ୍ରବାର ଦିନ ଗୋବିନ୍ଦାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button