ଦେଶ ବିଦେଶ

ବରିଷ୍ଠ ରାଜନେତା ଶରଦ ଯାଦବଙ୍କ ଦେହାନ୍ତ

ନୂଆଦିଲ୍ଲୀ – ପରଲୋକରେ ବରିଷ୍ଠ ରାଜନେତା ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶରଦ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି।

ଜାତୀୟ ରାଜନୀତିରେ ଶରଦ ଯାଦବ ଥିଲେ ଜଣେ ପୋଖତ ନେତା । ସେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ଓ ୩ ଥର ରାଜ୍ୟସଭା ସଦସ୍ୟ ଥିଲେ। ୧୯୯୭ରେ ସେ ଜନତାଦଳ ଓ ପରେ ଜେଡିୟୁ ଗଠନ ହେବା ପରେ ସେ ତାହାର ପ୍ରଥମ ରାଷ୍ଟ୍ରୀୟ ସଭାପତି ଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସେ ଜେଡିୟୁରୁ ତଡ଼ା ଖାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button