କ୍ରୀଡା
ଆଇସିସି ମହିଳା ଟି୨୦ ବିଶ୍ୱକପ :ୱେଷ୍ଟଇଣ୍ଡିଜକୁ ବଡ ଝଟକା, ଫାଟିଗଲା ବୋଲରଙ୍କ ମୁହଁ, ଟିମରୁ ପଡିଲେ ବାଦ୍

ଆଇସିସି ମହିଳା ଟି୨୦ ବିଶ୍ୱକପର ତୃତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବା ବେଳେ ଅଘଟଣ । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେଦା ଜେମସ ଖେଳୁଥିବା ବେଳେ ଗୁରୁତର ଆଘାତ ଲାଗିଥିଲା । ବୋଲିଂ କରିବା ସମୟରେ ଜେଦା ଏକ ସର୍ଟକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ବଲ ସିଧା ଯାଇ ମୁହଁରେ ବାଜିଥିଲା । ଫଳରେ ତୁରନ୍ତ ମଇଦାନରେ ପଡିଯାଇଥିଲେ ଜେଦା ।
ସେଠାରୁ ତାଙ୍କୁ ତୁରନ୍ତ ମଇଦାନ ବାହାରକୁ ନିଆଯାଇଥିଲା ।
ୱେଷ୍ଟଇଣ୍ଡିଜ ଟିମ୍ ସାଉଥ ଆଫ୍ରିକା ବିପକ୍ଷରେ ୬ଓ୍ୱିକେଟ ହରାଇ ୧୧୮ ରନ୍ କରିଥିଲା । ଏହି ଟାଗେର୍ଟକୁ ପିଛା କରି ସାଉଥ ଆଫ୍ରିକା କୌଣସି ଓ୍ୱିକେଟ ନ ହରାଇ ୧୭.୫ ଓଭରରେ ହାସଲ କରିନେଇଥିଲେ । ମ୍ୟାଚରେ ୱେଷ୍ଟଇଣ୍ଡିଜ ହାରିବା ସହିତ ଜଣେ ମୁଖ୍ୟ ଖେଳାଳି ଆହତଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଛନ୍ତି ।