ନଈ ମଝିରେ ଜଗିଥିଲା ଯମ, ଉଦ୍ଧାର କରିବାକୁ ଯାଇ ନିଜେ ହାରିଲେ ଜୀବନ : Video ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ
ହଁ ସତରେ ସେଦିନ ନଈ ମଝିରେ ଯେମିତି ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ଡଙ୍ଗା ଗଡାଇଥିଲା । ଆଉ ଯାତ୍ରୀ ବି ନିଜ ନିଜ ଖୁସିରେ ଗନ୍ତବ୍ୟ ସ୍ଥଳକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ । ହେଲେ କାତ ମାରି କିଛି ବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟ ପାଲଟା ହୋଇଗଲା । କ୍ଷଣକରେ ସମସ୍ତେ ବୁଡିଗଲେ ନଈ ଭିତରେ ।
ଯିଏ ଯେଉଁଠି ପାରିଲା କୂଳରେ ଲାଗିଲା । ନାଉରିଆ ସୁଦର୍ଶନ ସ୍ଵାଇଁ ୩ ଜଣଙ୍କୁ ପାଣି ଭିତରୁ ଉଧାର କରିସାରିବା ପରେ ଆଉ ଜଣଙ୍କୁ ବଞ୍ଚାଇବାକୁ ଯାଇ ସେଦିନ ନିଜେ ମରଣ ମୁହଁକୁ ଚାଲି ଯାଇଥିଲେ । ଆଉ ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆ ସୁଦର୍ଶନ ସ୍ଵାଇଁଙ୍କ ସ୍ତ୍ରୀ । ଦୀର୍ଘ ୨୦ ବର୍ଷ ହେବ ବ୍ରାମ୍ହଣୀ ନଦୀ ରେ ଘାଟ ପକାଇ ପରିବାର ପୋଷୁଥିଲେ ସୁଦର୍ଶନ । କି ଖରା, କି ବର୍ଷା କି ବାତ୍ୟା ହେଉ ବନ୍ୟା ସବୁବେଳେ ସମସ୍ତଙ୍କୁ ସହଯୋଗ କରି ଆସୁଥିଲେ ସେ । କିନ୍ତୁ ଗତ ମାସ ୨୭ ତାରିଖରେ ସବୁ କିଛି ବଦଳି ଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଏକମାଣିଆ ରୁ ରାଜନଗର କେରଡାଗଡ କୁ ଡଙ୍ଗାରେ ଫେରୁଥିବା ବେଳେ ବ୍ରାମ୍ହଣୀ ନଦୀରେ ଓଲଟି ପଡିଥିଲା ଡଙ୍ଗା ।
ଡଙ୍ଗାରେ ଥିଲେ ପ୍ରାୟ ୨୮ ଜଣ ଯାତ୍ରୀ । ୪ଟି ବାଇକ ସହ ସାଇକେଲ ବି ଲଦା ହୋଇଥିଲା । ଭାରସାମ୍ୟ ହରାଇ ମଝି ନଈରେ ଡଙ୍ଗା ଟି ବୁଡି ଯିବାରୁ ଖସି ପଡିଥିଲେ ସମସ୍ତେ । ଏକମାଣିଆ କେରଡାଗଡ ଭିତରେ ଏଭଳି ବିପଦ ଜଣକ ନୌକା ଯାତ୍ରା ବା ଅଘଟଣ ନୂଆ ନୁହେଁ । ଫେବୃଆରି ୮ ତାରିଖରେ ୨୦ ଜଣ ଯାତ୍ରୀ ଙ୍କୁ ନେଇ ଯାଉଥିବା ଡଙ୍ଗା ଟି ବୁଡି ଯାଇଥିଲା । ଅବଶ୍ୟ କାହାର କିଛି କ୍ଷତି ଘଟି ନ ଥିଲା । ବ୍ରାମ୍ହଣୀ ଓ ଖରସ୍ରୋତା ରେ ରହିଥିବା ଏକମାଣିଆ ସହ କେରଡାଗଡ ରେ ଯାତାୟାତ ପାଇଁ ୨୦୧୬ ମସିହା ନଭେମ୍ବର ୮ ତାରିଖ ରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟ ମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଏହାରି ଭିତରେ ୬ ବର୍ଷ ପୁରୀ ଯାଇଥିଲେ ବି ବାଲି ମୁଠାଏ ପଡି ନାହିଁ । ଏ ଘଟଣାକୁ ନେଇ ସ୍ଥାନୀୟ ଲୋକେ ମତ ଦେଇଛନ୍ତି ଯେ ଏଭଳି ଘଟଣା ଆମେ ପୂର୍ବରୁ କେବେ ଦେଖି ନ ଥିଲୁ । କିନ୍ତୁ ସୁଦର୍ଶନ ସ୍ଵାଇଁ ଏଭଳି ସ୍ଥିତି ରେ ଅନେକ ଲୋକଙ୍କୁ ଉଧାର କରିଛନ୍ତି ଯେ ନିଜେ କେମିତି ଅଧା ନଈ ରେ ଅଟକି ଗଲେ ଆମେ ଜାଣି ପାରିଲୁ ନାହୁଁ । ସେ କେବେ ବି ଆମକୁ ଦାବି କରି ନାହାନ୍ତି ଯେ ପଇସା ଦେଇକି ଡଙ୍ଗା ରେ ବସ । ସେ ଏତେ ଭଲ ଲୋକ ଥିଲେ ଯେ ତିନି ଖଣ୍ଡ ମଉଜ ତାଙ୍କୁ ଝୁରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।