ଦେଶ ବିଦେଶ

ଫ୍ରାନ୍ସକୁ ଇସ୍ରାଏଲର କଡ଼ା ବାର୍ତ୍ତା- ‘ତୁମ ସମର୍ଥନ ବିନା ବି ଜିତିବୁ’

ମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍ରାଏଲକୁ ଚାରିପଟୁ ଶତ୍ରୁ ଘେରି ରହିଥିବାବେଳେ ଏହି ଛୋଟିଆ ଦେଶ ସେମାନଙ୍କର କଡ଼ା ମୁକାବିଲା ଜାରି ରଖିଛି। ଏଭଳି ସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲଗାଇବାକୁ ପଶ୍ଚିମ ଦେଶଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

କୁଟନୈତିକ ସ୍ତରରେ ଗାଜାପଟି ବିବାଦର ସମାଧାନ କରିବାକୁ ମାକ୍ରନ କହିଛନ୍ତି। ଯାହାକୁ ନେଇ ଏବେ ଇସ୍ରାଏଲ ଫ୍ରାନ୍ସକୁ କଡ଼ା ବାର୍ତ୍ତା ଦେଇଛି। ମାକ୍ରନଙ୍କ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି।

ନେତାନ୍ୟାହୁ କହିଛନ୍ତି, ଇରାନ ନେତୃତ୍ଵରେ ଇସ୍ରାଏଲ ବିରୋଧରେ ନୃଶଂସତାର ସହିତ ଯୁଦ୍ଧ ଚାଳିଛି। ସମସ୍ତ ସଭ୍ୟ ଦେଶଗୁଡ଼ିକୁ ଇସ୍ରାଏଲକୁ ଦୃଢ଼ ସମର୍ଥନ କରିବା ଉଚିତ। କିନ୍ତୁ ମାକ୍ରନ ଏବଂ ଅନ୍ୟ କେତେକ ପାଶ୍ଚାତ୍ୟ ଦେଶ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲାଗୁ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।

ସେ ଆହୁରି କହିଛନ୍ତି, ଇସ୍ରାଏଲ ବର୍ତ୍ତମାନ ୭ଟି ଶତ୍ରୁପକ୍ଷ ସହିତ ଲଢେଇ ଜାରି ରଖିଛି। ପଶ୍ଚିମ ଦେଶଗୁଡ଼ିକ ସହାୟତା କରନ୍ତୁ, କି ନ କରନ୍ତୁ, ଇସ୍ରାଏଲ ବିଜୟୀ ହେବ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button