ଧର୍ମ

ବାଇଶି ପାହାଚରେ ଲୁଚି ରହିଛି ଅଦ୍ଭୁତ ରହସ୍ୟ, ଭୁଲରେ ବି ଏହି ପାଚ ଉପରେ ଦେବେ ନାହିଁ ପାଦ… ନଚେତ

ନମସ୍କାର ବନ୍ଧୁଗଣ । ଆଜି ଆମେ ଜାଣିବା ଶ୍ରୀମନ୍ଦିରରେ ଥିବା ବାଇଶି ପାହାଚ ବିଷୟରେ । ବାଇଶି ପାହାଚ ନିର୍ମାଣରେ ବହୁତ କିମ୍ବଦନ୍ତୀ ରହିଛି ଏହାର ମହତ୍ଵ ମଧ୍ୟ ଅନେକ ରହିଛି । ବାଇଶି ପାହାଚର ଧୁଳି ମୁଣ୍ଡରେ ମାରିଲେ ସବୁ ପାପ କ୍ଷୟ ହୁଏ ବୋଲି ମାନାଯାଏ । ଗୁଣ୍ଡିଚା ସମୟରେ ଯେବେ ମହାପ୍ରଭୁ ଜଗନ୍ନାଥ ରଥକୁ ଯାଇଥାନ୍ତି ବାଇଶି ପାହାଚ ଦେଇ ଯାଇଥାନ୍ତି ।

ମାନାଯାଏ ତାଙ୍କର ଚରଣ ସ୍ପର୍ଶ ପାଇଁ ୨୨ଟି ଚଣ୍ଡୀ ମାତା ୨୨ ଜଣ ପାହାଚ ରୂପାନ୍ତରିତ ହୋଇ ରହିକନ୍ତି । ଏହା ମଧ୍ୟ କୁହାଯାଏ ରାଜା ଭାନୁଦେବ ପ୍ରଭୁ ଜାମ୍ବେଶ୍ଵରଙ୍କ ଧ୍ୟାନ କରି ପୁତ୍ର ସନ୍ତାନ ଲାଭ କରିଥିଲେ । କିନ୍ତୁ ଯେବେ ଜ୍ଯୋତିଷଙ୍କ କହିବା ଅନୁଯାୟୀ ରାଜାଙ୍କ ପୁତ୍ରର ଆୟୁଷ ମାତ୍ର ୨୨ ବର୍ଷ ସେ ପୁଣି ଜାମ୍ବେଶ୍ଵରଙ୍କୁ ଆରାଧନା କରିଥିଲେ ।

ପ୍ରଭୁ ରାଜାଙ୍କୁ ଦର୍ଶନ ଦେଇ କହିଲେ ତୁମେ ଶ୍ରୀ ମନ୍ଦିରର ୨୨ ପାହାଚ ନିର୍ମାଣ କରି ତୁମ ପୁତ୍ରକୁ ସେହି ପାହାଚରେ ଗଡାଇ ଦିଅ । ସେ ଅଜର ଅମର ହୋଇଯିବ । ଏହାପରେ ରାଜା ୨୨ ପାହାଚ ନିର୍ମାଣ କରି ପୁତ୍ରକୁ ଗଡାଇ ଦେଲେ ଓ ତାଙ୍କ ପୁତ୍ର ସେବେ ଠାରୁ ଦୀର୍ଘାୟୁ ହୋଇଗଲା । ଏହି ମାନ୍ୟତା ଅନୁଯାୟୀ ମାତା ପିତା ନିଜ ପିଲାଙ୍କୁ ରୋଗ ମୁକ୍ତ କରିବା ପାଇଁ ବାଇଶି ପାହାଚରେ ଗଡାଇ ଦେଇଥାନ୍ତି ।

କୁହାଯାଏ ବାଇଶି ପାହାଚରେ ଗଡିବା ଦ୍ଵାରା ଶରୀର ଆରୋଗ୍ଯ ହୋଇଥାଏ । ସିଂହଦ୍ଵାର ଆଡୁ ମନ୍ଦିରକୁ ଗଲେ ଦ୍ଵିତୀୟ ପାହାଚ ମଝିରେ କଳା ରଙ୍ଗର ମୁଗୁନି ପଥର ପଡିଥାଏ ଶ୍ରୀ ମନ୍ଦିରରେ । ଏହି ପଥରକୁ ଜମ୍ବୁଶିଳା କୁହାଯାଏ । ଏଠାରେ ଯମଦୂତ ମାନେ ରୁହନ୍ତି ବୋଲି ମାନ୍ୟତା ଅଛି । କୁହାଯାଏ ଏଠାରେ ପାଦ ଦେଲେ ପୂର୍ବରୁ ଥିବା ସବୁ ପାପ କ୍ଷୟ ହୋଇଯାଏ ।

ଶ୍ରୀ ମନ୍ଦିରର ସବୁ ପାହାଚ ବଉଳ ପଥରରେ ନିର୍ମିତ । ମନ୍ଦିର ଦର୍ଶନ ପରେ ଏହି ଶିଳାରେ ପାଦ ଦେଲେ ତେବେ ଆପଣ କାଳିଆ ସାଆନ୍ତଙ୍କ ଦର୍ଶନ କରୀୟ ଯେଉଁ ପୂଣ୍ୟ ଅର୍ଜନ କରିଥିବେ ତାହା ଯମଦୂତ ନେଇଯାଇଥାନ୍ତି । ତେଣୁ କେବେ ବି ଦର୍ଶନ ସାରି ଏହି ଦ୍ଵାରା ଦେଇ ମନ୍ଦିର ବାହାରକୁ ବାହାରିବେ ନାହିଁ ।

ବାଇଶି ପାହାଚର ତୃତୀୟ ପାହାଚରେ ଅଛନ୍ତି କାଶୀ ବିଶ୍ଵନାଥ ଯାହାର ମାହାତ୍ମ୍ୟ ଅଧିକ ରହିଛି । ବାଇଶି ପାହାଚର ସପ୍ତମ ପାହାଚକୁ ପିତୃପୁରୁଷଙ୍କ ପାହାଚ ମାନାଯାଏ । ଯାହାକୁ ପିତୃଶିଳା କୁହାଯାଏ । ଏଠାରେ ଅଭଡା ରଖିଲେ ସିଧା ପିତୃପୁରୁଷଙ୍କୁ ପ୍ରାପ୍ତ ହୁଏ । ମାର୍ଗଶିର ମାସ ଶୁକ୍ଳ ପକ୍ଷ ରେ ଯେଉଁ ଯୋଗରେ ଯେଉଁ ରୂପରେ ଜନ୍ମ ନେଇଛନ୍ତି ତାଙ୍କ ମାତା ପିତାଙ୍କୁ ଏଠାରେ ଶ୍ରାଦ୍ଧ ଦିଅନ୍ତି ।

ମଦନମୋହନ ମହାପ୍ରଭୁଙ୍କ ତ୍ରେତୟା ଯୁଗର ମାତା, ପିତା, ଦଶରଥ, କୌଶଲ୍ୟା ପ୍ରଭୁଙ୍କ ଦ୍ଵାପର ଯୁଗର ମାତା, ପିତା, ନନ୍ଦରାଜା, ଯଶୋଦା ଓ ଦେବକୀ, ବାସୁଦେବଙ୍କୁ ପ୍ରଭୁ ପିଣ୍ଡଦାନ କରନ୍ତି । ଏପରି କି ପ୍ରଭୁ ଇନ୍ଦ୍ରଦ୍ୟୁମ୍ନ ପୌରାଣିକ ଗୁଣ୍ଡିଚା ଙ୍କ ଉଦ୍ଦେଶ୍ୟରେ ମଧ୍ୟ ପିଣ୍ଡଦାନ କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ବାଇଶି ପାହାଚର ଉପସ୍ଥାପନା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button