ଦେଶ ବିଦେଶ

ସକୁନ ବିଚାର : କୁକୁରକୁ କେତେବେଳେ ଦେଖିଲେ କଣ ସଂକେତ ମିଳେ, ଆଜି ହିଁ ଜାଣି ନିଅନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୁକୁର କଣ ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ। ମଣିଷ ଜୀବନରେ ବହୁତ ଘାତ ପ୍ରତିଘାତ ମଧ୍ୟରେ ଗତିକରେ। ଏଥି ମଧ୍ୟରୁ କିଛି ନାଁ କିଛି ଆମ ଜୀବନରେ ଶୁଭ ଏବଂ ଅଶୁଭ ସଂକେତ ବିଭିନ୍ନ ଘଟଣାରୁ ଆମେ ଜାଣିପାରୁ। ସେଥିମଧ୍ୟରୁ ଆପଣଙ୍କର ଦୈନନ୍ଦିନ ଜୀବନରେ କୌଣସି ନାଁ କୌଣସି ଘଟଣା ଘଟିଥାଏ ଯଥା ଆଖିପୋତା ଡେଇଁବା, ଗଡ଼ର ତଳିପା ଏବଂ ହାତର ପାପୁଲି କୁଣ୍ଡେଇ ହେବା, ହଠାତ ଛିଙ୍କ ଆସିବା ଇତ୍ୟାଦି। ଏଭଳି ଘଟଣା ଶୁଭ ଏବଂ ଅଶୁଭ ଉଭୟର ନିର୍ଦିଷ୍ଟ ସଂକେତ ଦେଇଥାଏ। ସେଥିମଧ୍ୟରୁ କିଛି ଶୁଭ ସଂକେୟ ଥାଏ ଆଉ କିଛି ଅଶୁଭ ସଂକେତ ଥାଏ।

ଯଦି କୁକୁର ପାଟିରେ ଜୋତା କିମ୍ବା ମଜା କାମୁଡି କୌଣସି ବ୍ୟକ୍ତିଙ୍କ ପାଖକୁ ଦୌଉଡ଼ି ଧାଇଁ ଆସେ ତେବେ ସେହି ବ୍ୟକ୍ତିଙ୍କ ପାଇଁ ସେହି ଦିନଟି ଅତ୍ୟନ୍ତ ଅଶୁଭ ଅଟେ।

Google

ଯଦି କୁକୁର ପାଟିରେ ଖଣ୍ଡେ ଛିଣ୍ଡା କନା କାମୁଡି ଥିବାର ଦେଖିବେ ତେବେ କୌଣସି ପ୍ରକାରର ଗଣ୍ଡଗୋଳ ହେବାର ପ୍ରାକ ସୂଚନା ଅଟେ।

ଯଦି କୁକୁର ତାର ପାଟିରେ ତଟକା ମାଂସ କିମ୍ବା ଖଣ୍ଡେ ହାଡ଼ କାମୁଡିବାର ଦେଖାଯାଏ ତେବେ ଏହାର ଅର୍ଥ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ।

ଯଦି କୁକୁର ତାର ପାଟିରେ ଶୁଖିଲା ହାଡ଼ ଚବେଇବାର ଦେଖାଯାଏ ତେବେ ଏହା ଆପଣଙ୍କୁ ଅଶୁଭ ସଂକେତର ସୂଚନା ଦେଇଥାଏ।

ଯଦି କୁକୁର ତାର ଆଗ ଗୋଡ଼ ଦୁଇଟି ଲମ୍ବାଇ ଦୁଇ କାନକୁ ହଲାଉ ଥାଏ ତେବେ ଏହା ସୂଚନା ଦେଇଥାଏ ଯେ କାର୍ଯ୍ୟ ଆପଣଙ୍କର ଅସମ୍ପୂର୍ଣ୍ଣ ରହିଯିବ ଏବଂ ଯାତ୍ରାରେ ବିଘ୍ନ ଘଟିପାରେ।

ଯଦି କୁକୁର ତାର ଗଡ଼ ନଖରେ ଗୋଟିଏ କାନ୍ଥକୁ ଆମ୍ପୁଡିବାର ଦେଖାଯାଏ ତେବେ ଏହା ଚୋର ଭୟର ସଂକେତ ଦେଇଥାଏ।

ଯଦି କୁକୁର ମୁଣ୍ଡ ଦକ୍ଷିଣ ପଶ୍ଚିମ ଦିଗକୁ ଥାଇ ଅପରାନ୍ହରେ ମୁଣ୍ଡ ଉପରକୁ କରି ବୁଗାଉ ଥାଏ ତେବେ ଏହା ଅଗ୍ନି ଚୋର ଭୟର ପ୍ରାକ ସୂଚନା ଦେଇଥାଏ। ପରିବାରରେ ସାମାନ୍ୟ କଳହଳ ହେବାର ସଂକେତ ଦେଇଥାଏ।

କୁକୁର ତାର ଶରୀରକୁ ଗୋଟେ ପାହାଚରେ ରଖି ମୁଣ୍ଡକୁ ଅନ୍ୟ ପାହାଚରେ ଆଶ୍ରୟ କରି ଗୃହ ମଧ୍ୟକୁ ଯଦି କୌଣସି ମହିଳାଙ୍କୁ ଚାହିଁ ରହେ ତେବେ ଏହା ଅସୁସ୍ଥତା ର ପ୍ରାକ ସୂଚନା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button