ଓଡିଶା

ରୋଗୀଙ୍କୁ ମିଳିବ ସୁବିଧା, ମାଗଣାରେ ବ୍ୟାଟେରୀ ଗାଡି ସୁବିଧା ସହ ଦୈନିକ ୭ ଶହ ମିଲ୍‌ର ବ୍ୟବସ୍ଥା

ଦ୍ରକ ୦୭।୧୦ : ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବ୍ୟାଟେରୀ ଚାଳିତ ଗାଡି ଓ ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଉଦ୍‌ଘାଟନ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍‌ଘାଟନ କରିଛନ୍ତି । ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି।

ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ନୂଆ ଡାକ୍ତରଖାନାକୁ ମାଗଣାରେ ରୋଗୀ ପରିବହନ କରାୟିବା ଉଦ୍ଦେଶ୍ୟରେ ବ୍ୟାଟେରୀ ଗାଡି ପ୍ରଦାନ କରାଯାଇଛି ।

ଅନୁଷ୍ଠାନର ନିର୍ଦ୍ଦେଶକ ପୀତାମ୍ବର ବିଶ୍ୱାଳଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଫାଉଣ୍ଡେସନ ମିଶନ୍‌ ମୋବିଲିଟି ଯୋଜନାରେ ଗାଡି ପ୍ରଦାନ କରାଯାଇଛି । ଏହି ଯୋଜନାକୁ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା , ଓଡିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ସିଡିଏମ୍‌ଓ ଡା. ସୁଧାର ରଞ୍ଜନ ନାୟକ, ଡିପିଏମ୍‌ ସରିତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେିଥିଲେ । ସେହିପରି ଭୁବନେଶ୍ୱର କର୍ତ୍ତବ୍ୟ ଫାଉଣ୍ଡସେନ୍‌ ପକ୍ଷରୁ ସୁଖମ୍‌ ଅନ୍ନ ଯୋଜନାରେ ଆଗାମୀ ୧୫ ନଭେମ୍ବରରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ରୋଗୀମାନଙ୍କ ସହାୟକ ଓ ଅସହାୟ ଗରିବ ଲୋକମାନଙ୍କୁ ଦୈନିକ ମାଗଣାରେ ମଧ୍ୟାହ୍ନ ଓ ରାତ୍ର ଭୋଜନ ଯୋଗାଇ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।

ତେବେ ଅନୁଷ୍ଠାନର ନିର୍ଦ୍ଦେଶକ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତ ନିବାସୀ ଲଲିତେନ୍ଦୁ ଜେନାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରତିଦିନ ମଧ୍ୟାହ୍ନରେ ୩୫୦ ମିଲ୍‌ ଏବଂ ରାତ୍ର ଭୋଜନରେ ୩୫୦ ମିଲ୍‌କୁ ମିଶାଇ ସମୁଦାୟ ୭୦୦ ମିଲ୍‌ ପ୍ରତିଦିନ ପ୍ରଦାନ କରାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button