ଓଡିଶା

ଏଥର ନବରାତ୍ରିରେ ଅଷ୍ଟମୀ ଓ ନବମୀ ତିଥି ଏକାଠି ପଡୁଛି? ଜାଣନ୍ତୁ ବ୍ରତର ତିଥି ଓ ମୁହୂର୍ତ୍ତ

ଳିତବର୍ଷ ସାରଦୀୟ ନବରାତ୍ରିରେ ଅଷ୍ଟମୀ ଓ ନବମୀ ତିଥିକୁ ନେଇ ଭ୍ରମ ସୃଷ୍ଟି ହୋଇଛି। ଏଥର ୧୧ ଅକ୍ଟୋବର ଶୁକ୍ରବାର ଶୁଭ ଅଷ୍ଟମୀ ପାଳିତ ହେବ। ସେହିପରି ଦଶହରା ଅର୍ଥାତ ବିଜୟା ଦଶମୀ ଅକ୍ଟୋବର ୧୨ରେ ପାଳନ ହେବ। ଏଥିରେ ପ୍ରଶ୍ନ ଉଠୁଛି ନବମୀ ପାଳନ କେବେ ହେବ। ତିଥିକୁ ନେଇ ଉପୁଜିଥିବା ଏଭଳି ଅସମଞ୍ଜସ୍ୟ ଅଷ୍ଟବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

ଅନେକ ଭକ୍ତ ୯ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି ଓ ଦଶମୀରେ ଉପବାସ ଭାଙ୍ଗନ୍ତି। ଏଥିରେ ଅନେକ ଅଷ୍ଟମୀରେ ଉପବାସ କରନ୍ତି। ଏଣୁ ଭକ୍ତ ଦ୍ୱନ୍ଦ୍ୱରେ ପଡିବା ସ୍ୱଭାବିକ।

ଶାସ୍ତ୍ର ଅନୁସାରେ ଅଷ୍ଟମୀ ଓ ନବମୀ ବ୍ରତ ଶୁଭମନେ କରାଯାଏ। ଚଳିତବର୍ଷ ନବରାତ୍ରି ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଓ ଅକ୍ଟୋବର ୧୨ ତାରିଖରେ ସମାପ୍ତ ହେବ। ନବରାତ୍ର ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ତିଥିମାନଙ୍କ ମଧ୍ୟରେ ଗୋଟିଏ ଉଦୟା ତିଥି ରହିଛି। ବ୍ରତର ପାରଣ ଉଦୟା ତିଥି ପରବର୍ତ୍ତି ଦିନ କରାଯିବା ଉଚିତ। ଜ୍ୟୋତିଷ ଅନୁସାରେ ଚଳିତବର୍ଷ ନବପତ୍ରିକା ପ୍ରବେଶ ସପ୍ତମୀ ଗୁରୁବାର ୧୦ ଅକ୍ଟୋବରରେ ହେବ। ଅଷ୍ଟମୀ ବ୍ରତ ଏହାର ପରଦିନ ଅର୍ଥାତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ।

ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ। ଏହା ପରେ ନବମୀ ତିଥି ଆରମ୍ଭ ହୋଇଯିବ। ଜ୍ୟୋତିଷ ଅନୁସାରେ ଅଷ୍ଟମୀ ଚଳିତବର୍ଷ ୨ ଦିନ ପାଳନ ହେବ। ଉଦୟା ତିଥି ଅନୁସାରେ ମହାଷ୍ଟମୀ ବ୍ରତ ଅକ୍ଟୋବର ୧୧ରେ ରଖାଯାଇ ପାରିବ ଓ ବ୍ରତ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ। ଏଣୁ ସପ୍ତମୀ ତିଥି ସହ ପଡୁଥିବା ମହାଷ୍ଟମୀ ପାଳନ ନିମନ୍ତେ ମନା କରାଯାଇଛି କାରଣ ଏହା ଅଶୁଭ। ବ୍ରତ ଅଷ୍ଟମୀରେ ସେବେ କରାଯିବା ଉଚିତ ଯେବେ ଏହା ନବମୀ ସହି ମେଳ ହେଉଥିବ ଓ ବ୍ରତ ନବମୀ ଦିନ ସୂର୍ଯ୍ୟୋଦୟ ପରେ ପାରଣ କରାଯାଇପାରେ। ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାର। ନବମୀ ତିଥି ୧୨ ଅକ୍ଟୋବର ସକାଳ ୬ଟା ୫୨ ମିନିଟ୍ ପର୍ଯ୍ୟନ୍ତ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button