ଦେଖନ୍ତୁ ଆପଣଙ୍କ Blood Group କହିଥାଏ ଆପଣଙ୍କ ସ୍ଵଭାବ ବିଷୟରେ ! ( Personality Test )

ଆମେ ସମସ୍ତେ ଜାଣୁଛୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ଵ୍ୟକ୍ତିର ସ୍ଵଭାଵ ସମ୍ପର୍କରେ ଜାଣିବାର ଅଛି ତେବେ ତାହାର କପାଳ ରେଖା , ହାତ ରେଖା , ବା ତାହାର ନାମ ର ପ୍ରଥମ ଅକ୍ଷରର ବା ତାହାର ଜାତକ ଦ୍ୱାରା ଜଣା ଯାଇଥାଏ। କିନ୍ତୁ ଜାପାନ ର ଏକ ଗବେଷଣା ରୁ ଏହା ଜଣା ଯାଇଛି କି ଵ୍ୟକ୍ତିର ବ୍ଲଡ଼ ଗ୍ରୁପ ରୁ ମଧ୍ୟ ଏହାର ବ୍ୟକ୍ତିତ୍ୱ ଜଣା ପଡିଥାଏ । ଏହା ହୁଏତ ଅନେକ ଲୋକ ଜାଣି ନ ଥିବେ । କିନ୍ତୁ ଆପଣ ଯଦି କୌଣସି ବ୍ୟକ୍ତିଙ୍କ ର ବ୍ୟକ୍ତିତ୍ୱ ବା ସ୍ଵଭାଵ ସମ୍ପର୍କରେ ଜାଣିବା କୁ ଚାହୁଁଥିବେ ।
ତେବେ ଆପଣ ଏହି ବ୍ଲଡ଼ ଗ୍ରୁପ ଦ୍ୱାରା ଜାଣିପାରିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଆପଣ କିପରି ବ୍ଲଡ଼ ଗ୍ରୁପ ଦ୍ୱାରା ଏକ ବ୍ୟକ୍ତିର ସ୍ଵଭାଵ ଜାଣିପାରିବେ । କେଉଁ ବ୍ଲଡ଼ ଗ୍ରୁପର ଲୋକଙ୍କର କିପରି ସ୍ଵଭାଵ ହୋଇଥାଏ ତାହା ଆମେ ଜଣାଇବୁ । ତେବେ ବ୍ଲଡ଼ ଗ୍ରୁପ ଚାରି ପ୍ରକାରର ଅଛି ।
A, B, AB, O ଆଦି ବ୍ଲଡ଼ ଗ୍ରୁପ ରହିଛି । ତେବେ ସର୍ବ ପ୍ରଥମେ ଆମେ ଆପଣଙ୍କୁ A ବ୍ଲଡ଼ ଗ୍ରୁପ ଥିବା ଲୋକଙ୍କର ସ୍ଵଭାଵ ସମ୍ପର୍କରେ କହିବୁ । ଏମାନେ କୌଣସି କାର୍ଯ୍ୟ କରିବା ଆଗରୁ ବହୁତ ଭାବି ଚିନ୍ତି କାର୍ଯ୍ୟ କରିଥାନ୍ତି । ଏମାନେ ବହୁତ ଜଲ୍ଦି ସବୁ କଥା କୁ ଗୁରୁତ୍ୱ ଦେଇଥାନ୍ତି । ଏମାନେ ଥଟା ମଜା ପସନ୍ଦ କରନ୍ତି ନାହିଁ ।
ଏମାନେ ପ୍ରତେକ ଜିନିଷ ରେ ବହୁତ ଜଲ୍ଦି ଷ୍ଟ୍ରେସ ନେଇଥାନ୍ତି । ଏମାନେ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ କେବେବି କାହା ର ସାଥ ଛାଡ଼ନ୍ତି ନାହିଁ । ଏମାନେ ନିଜର ମନରେ ସବୁ କଥା ରଖିଥାନ୍ତି । କେବେବି କାହା ଆଗରେ କିଛି କଥା ସେୟାର କରନ୍ତି ନାହିଁ । ତେଣୁ ଏମାନଙ୍କ ମନ କଥା ବୁଝିବା କଷ୍ଟ କର ହୋଇଥାଏ ।
B ବ୍ଲଡ଼ ଗ୍ରୁପ ଲୋକମାନେ A ବ୍ଲଡ଼ ଗ୍ରୁପ ଲୋକଙ୍କ ର ବିପରୀତ ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟ କରିବା ଆଗରୁ କିଛି ବି ଭାବି ନ ଥାନ୍ତି । ଏମାନେ ଖୋଲା ହୃଦୟ ର ହୋଇଥାନ୍ତି । ଯାହା ଏମାନଙ୍କୁ ଭଲ ଲାଗେ ବା ନ ଲାଗେ ଏମାନେ ମୁହଁ ରେ କହିଥାନ୍ତି। ଏମାନେ ବହୁତ ଜଲ୍ଦି ରାଗି ଥାନ୍ତି ।
ଏମାନେ ଯାହା କୁ ବି ନିଜର ପାର୍ଟନର ଭାବିଥାନ୍ତି ତାଙ୍କ ସହ ଜୀବନସାରା ରହିଥାନ୍ତି। AB ବ୍ଲଡ଼ ଗ୍ରୁପ ଲୋକମାନେ A ଓ B ବ୍ଲଡ଼ ଗ୍ରୁପ ର ଲୋକଙ୍କର ମିଶ୍ରିତ ହୋଇଥାନ୍ତି । ତେଣୁ ଦୂରରୁ ଏମାନଙ୍କୁ କେହି ବି ବୁଝିପାରନ୍ତି ନାହିଁ। ଏମାନଙ୍କୁ ଯେଉଁ ମାନେ ନିକଟବର୍ତୀ ହୋଇଥାନ୍ତ ସେମାନେ ଭଲ ରେ ବୁଝି ଥାଆନ୍ତି ।
ଏମାନେ କିଛି କଥା ସ୍ପଷ୍ଟ କରିଥାନ୍ତି କିଛି କଥା ମନରେ ରଖିଥାନ୍ତି । O ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି । ଏମାନେ ନିଜର ଦୁନିଆ ରେ ନିଜେ ଖୁସିରେ ରହିଥାନ୍ତି । କାହାରି କଥା ରେ ଏମାନେ କୌଣସି ବି ଜାଣିବାର ଇଚ୍ଛା ପ୍ରକାଶ କରି ନଥାନ୍ତି ।। ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଜଣେ ଭଲ ପାର୍ଟନର ହୋଇଥାନ୍ତି ।