ମନୋରଞ୍ଜନ

ଆୟୋଜକମାନେ ଭୁଲ ସୂଚନା ଦେଇଥିଲେ; ଜରୀନଙ୍କୁ ଗିରଫ ପରୱାନା ଜାରି ପରେ ସାମ୍ନାକୁ ଆସିଲା ପୂରା ଘଟଣା – Utkal Mail


କୋଲକାତା: ସୁପରଷ୍ଟାର ସଲମାନ ଖାନଙ୍କ ସହ ଫିଲ୍ମ ବୀରରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଜରିନ ଖାନ। ସବୁବେଳେ ନିଜ ବିଫଳ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହୁଥିବା ଜରୀନ ଏବେ ବଡ଼ ବିପଦରେ ଫସିଛନ୍ତି। ଏକ ଠକେଇ ମାମଲାରେ ରବିବାର ଦିନ କୋଲକାତା କୋର୍ଟ ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ୨୦୧୮ରେ ଏହି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ କୋଲକାତାର ସିଆଲଦା କୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲେ।

ମିଳିଥିବା ସୂଚନା ମୁତାବକ, କାଳୀ ପୂଜା ଆୟୋଜକମାନେ ଅଭିନେତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଆୟୋଜକଙ୍କ କହିବାନୁସାରେ, ଜରୀନଙ୍କୁ କାଳୀ ପୂଜା ଇଭେଣ୍ଟକୁ ଆସିବାର ନିମନ୍ତ୍ରଣ ପଠାଯାଇଥିଲା। ସେ ଆସିବାକୁ ହଁ କରିଥିଲେ ବି ଠିକ ସମୟରେ ମନା କରିଥିଲେ। ତାଙ୍କ ପାଇଁ ଆମକୁ ଅନେକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହା ପ‌ରେ ଆମେ ନାର୍କେଲଦଙ୍ଗା ପୁଲିସ ଷ୍ଟେସନରେ ଜରୀନ ଖାନଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲୁ। ଅଭିଯୋଗ ହେବାରୁ ଜରୀନ ଆମକୁ ଅଣ୍ଡରୱାର୍ଲ୍ଡର ଧମକ ଦେଇଥିଲେ।

ତେବେ ଅଭିଯୋଗ ହେବା ପରେ ଜରୀନ କହିଥିଲେ ଯେ, ଆୟୋଜକମାନେ ମୋତେ ମିଛ କହିଥିଲେ। କାର୍ଯ୍ୟକ୍ରମ କେଉଁ ସ୍ଥାନ‌ରେ ହେଉଛି, ତାହା ଜଣାଇନଥିଲେ। ଏମିତି କି ବିମାନ ଟିକେଟକୁ ନେଇ ମଧ୍ୟ ମୋର  ଆୟୋଜକମାନଙ୍କ ସହ ଝଗଡ଼ା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ବୋଲି ମୋ‌ତେ କହିଥିଲେ ବି ପରେ ଏହା ମିଛ ବୋଲି ମୁଁ ଜାଣିଥିଲି। ତେଣୁ ମୁଁ କ‌ାର୍ଯ୍ୟକ୍ରମକୁ ଯାଇନଥିଲି।

ସଫେଇ ଦେଇ ଜରୀନ ଏଭଳି କହିଥିଲେ ବି ତଦନ୍ତ ପରେ ସେ ଭୁଲ ବୋଲି ଜଣାପଡ଼ିଥିଲା। ସିଆଲଦା କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବା ପରେ ଜରୀନଙ୍କୁ ସମନ ପଠାଯାଇ ଡକାଯାଇଥିଲେ ବି ସେ ଆସିନଥିଲେ। ଏହାଫ‌ଳରେ କୋର୍ଟ ଏବେ ଜରୀନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button