କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସର୍ବାଧିକ ୨୫ କିମି ବେଗରେ ଇ-ସ୍କୁଟର ଚଳାଇପାରିବେ ନାବାଳକ

ମନ୍ତ୍ରଣାଳୟ ଗାଡି ଇଞ୍ଜିନ କ୍ଷମତାକୁ ୫୦ ସିସି ଏବଂ ମୋଟର କ୍ଷମତାକୁ ନାବାଳକଙ୍କ ପାଇଁ ସର୍ବାଧିକ ୧,୫୦୦ ୱାଟରେ ସୀମିତ କରିବାକୁ ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟ ବିଦ୍ୟମାନ ଆଇନରେ ୬୭ଟି ସଂଶୋଧନ ପ୍ରସ୍ତାବ ଦେଇଛି, ଯେଉଁଥିରେ ଲୋକମାନେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପରାମର୍ଶ ଦେଇପାରିବେ। ସଂସଦର ଶୀତକାଳୀନ ଅଧିବେଶନରେ ଏହି ସଂଶୋଧନ ସହ ଜଡିତ ବିଲ୍ ଆଗତ ହୋଇପାରେ।
ଏହି ପ୍ରସ୍ତାବ ଅନୁଯାୟୀ, ୧୬ ବର୍ଷ ବୟସ ହୋଇଥିବା କିଶୋର-କିଶୋରୀମାନଙ୍କୁ ସର୍ବସାଧାରଣ ସ୍ଥାନରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚଳାଇବାକୁ ଅନୁମତି ଦିଆଯିବ, କିନ୍ତୁ ନିର୍ଦ୍ଦିଷ୍ଟ ବେଗ ସୀମା ଏବଂ ଇଞ୍ଜିନ୍ କ୍ଷମତା ସୀମା ଅନୁସରଣ କରିବାକୁ ପଡ଼ିବ। ୧୮ ବର୍ଷରୁ କମ୍ ପିଲାଙ୍କୁ କୌଣସି ଅନ୍ୟ ଗାଡି ଚଲାଇବାକୁ ଅନୁମତି ଦିଆଯିବନାହିଁ । ଏହା ବ୍ୟତୀତ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସ୍ତାବ ଦେଇଛି ଯେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସ୍ୱୟଂଚାଳିତ ଗିୟର ଥିବା ଗାଡିଗୁଡ଼ିକ ପାଇଁ ଶିକ୍ଷାର୍ଥୀ ଲାଇସେନ୍ସ ଦିଆଯିବନାହିଁ। ଏହି ନିୟମ ମାଧ୍ୟମରେ ସରକାର ରାସ୍ତାରେ ସୁରକ୍ଷା ବୃଦ୍ଧି କରିବାକୁ ଏବଂ ନାବାଳକ ଗାଡି ଚଳାଇବା ଦ୍ୱାରା ଘଟିଥିବା ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ କରୁଛନ୍ତି।