ଦେଶ ବିଦେଶ

ହରିୟାଣାରେ ବିଜେପିକୁ ବହୁମତ; ଜମ୍ମୁ-କଶ୍ମୀରରେ ଆଗୁଆ ଏନ୍‌ସି-କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ,୦୮/୧୦: ମଙ୍ଗଳବାର ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ମତଗଣନା ହେଉଛି। ଜମ୍ମୁ କାଶ୍ମୀରରେ ୯୦ ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି। ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରଥମଥର ନିର୍ବାଚିତ ସରକାର ଗଠନ ପାଇଁ ବାଟ ଖୋଲିବ।

ଏଥର ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରତିଯୋଗୀମାନେ ହେଉଛନ୍ତି କଂଗ୍ରେସ-ନାସନାଲ କନ୍ଫରେନ୍ସ ମିଳିତ ମେଣ୍ଟ, ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)।

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ପୂର୍ବରୁ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମିଳିତ ମେଣ୍ଟ, ଭାରତୀୟ ଜନତା ପାର୍ଟି ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ବରିଷ୍ଠ ନେତାମାନେ କେନ୍ଦ୍ରଶ ଶାସିତ ଅଞ୍ଚଳରେ ପରବର୍ତ୍ତୀ ସରକାର ଗଠନ ଉପରେ ଦୃଢ଼ ବିଶ୍ୱାସ ରଖିଛନ୍ତି। କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ଏକ ପ୍ରି-ପୋଲ୍ ମେଣ୍ଟ କରିଥିଲା। ମିଳିତ ମେଣ୍ଟ ଦାବି କରିଛି ଯେ ସେମାନେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୬ ର ମ୍ୟାଜିକ୍ ଫିଗର ଅତିକ୍ରମ କରିବେ। ଏଥି ସହିତ ବିଜେପି ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନିର୍ଭରଶୀଳ ଏବଂ ପିଡିପି କହିଛି ଯେ ଏହାର ସମର୍ଥନ ବିନା ଜାମ୍ମୁ କାଶ୍ମୀରରେ କୌଣସି ଧର୍ମନିରପେକ୍ଷ ସରକାର ସମ୍ଭବ ନୁହେଁ।

ଯଦି ଆମେ ହରିୟାଣା କଥା କହିବା ତେବେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ମଧ୍ୟ ଭୋଟ ଗଣତି ଚାଲିଛି। ଅକ୍ଟୋବର ୫ ରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ୯୦ ଟି ବିଧାନସଭା ଆସନ ଉପରେ ଭୋଟ୍ ଅନୁଷ୍ଠିତ ହୋଇଥିଲା ହରିୟାଣା ରଣ କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଆସନ ଅଛି ଯାହା ଉପରେ ସମସ୍ତଙ୍କ ନଜର। ଏହି ଆସନଗୁଡ଼ିକରେ ପୂର୍ବତନ କଂଗ୍ରେସ ସିଏମ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ସାମ୍ପଲା-କିଲୋଇ ଆସନ, ଜେଜେପି ଅଧ୍ୟକ୍ଷ ଅଭୟ ସିଂ ଚୌତାଲାଙ୍କ ଏଲନାବାଦ ଆସନ, ଭିନେଶ ଫୋଗଟଙ୍କ ଜୁଲାନା ଆସନ ଏବଂ ବିଜେପିର ଅମ୍ବାଲା କ୍ୟାଣ୍ଟ ଆସନ ରହିଛି ଯାହା ବିଜେପିର ଅନିଲ ବିଜୟଙ୍କ ଗଡ଼ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ହରିୟାଣାରେ ବିଜେପି ଆଗୁଆ ରହିଥିବା ବେଳେ ଜମ୍ମୁ-କଶ୍ମୀରରେ ଏନ୍ସି-କଂଗ୍ରେସ ମେଣ୍ଟ ଆଗରେ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button