ବିଚାର

Ajira Anuchinta : କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କରିବେ, ସୂର୍ଯ୍ୟଙ୍କୁ କେଉଁ ଫୁଲ ଅର୍ପଣ କଲେ ସବୁ ଇଛା ପୂରଣ ହୋଇଥାଏ ?

ନମସ୍କାର ବନ୍ଧୁଗଣ , ଠାକୁରଙ୍କୁ ପୂଜା କରିବା ବେଳେ କେଉଁ ଭଗବାନ କୁ କେଉଁ ଫୁଲ ଅର୍ପଣ କରିବା ଉଚିତ୍ । ସାଧାରଣତ ଆମେମାନେ ଜାଣିନଥାଉ ଯେ କେଉଁ ଠାକୁର କୁ କେଉଁ ଫୁଲ ଦେବ ବୋଲି ଆସନ୍ତୁ ଜାଣିବା ଶାସ୍ତ୍ରଅନୁସାରେ ଏହା ବିଷୟରେ କଣ କୁହାଯାଇଛି । ଆମ ଶାସ୍ତ୍ର ଅନୁସାରେ ଗାଧୋଇ ସାରିଲା ପରେ ଆମେ  ପ୍ରଥମେ ପଞ୍ଚଦେବାତାଙ୍କୁ ପୂଜା କରିବା ଉଚିତ । ପଞ୍ଚଦେବତା ହେଉଛନ୍ତି ସୂର୍ଯ୍ୟ , ଗଣେଶ , ପାର୍ବତୀ , ଶିବ ଏବଂ ଭଗବାନ ଶ୍ରୀ ହଋ ଏହି ପଞ୍ଚ ଦେବତାଙ୍କୁ ପୂଜା ବା ସ୍ମରଣ କରିବା ଉଚିତ୍ ।

ସକାଳେ ଉଠି ପ୍ରଥମରେ ସୂର୍ଯ୍ୟଦେବତା କୁ ପୂଜା କରିବା ଶାସ୍ତ୍ର ନିୟମ ହୋଇଥାଏ ଏବଂ ସୂର୍ଯ୍ୟଙ୍କୁ ପୂଜା କରିବା ବେଳେ ଆମେ ଯଦି ଗୋଟାଏ ଅରଖ  ଫୁଲ ଦେଇ ପୂଜା କରିବା ତେବେ ଶହେ ଟି ସୁବର୍ଣ୍ଣ ଫୁଲ ଅର୍ପଣ କରିବାର ଫଳ ପ୍ରାପ୍ତ ହୋଇଥାଉ  ।

ଭଗବାନ ସୂର୍ଯ୍ୟ ନାରାୟଣ କୁ ଏକ ହଜାର ମନ୍ଦର ଫୁଲ ଅର୍ପଣ କରିବା ଅପେକ୍ଷା ଏକ କନିଅର  ଫୁଲ ଅର୍ପଣ କରିବା ଉତ୍ତମ ହୋଇଥାଏ । ହଜାର କନିଅର ଫୁଲ ଠାରୁ ଏକ ବେଳ ପତ୍ର ଶ୍ରେଷ୍ଟ ହୋଇଥାଏ ଏବଂ ହଜାର ବେଳ ପତ୍ର ଠାରୁ ଗୋଟିଏ ପଦ୍ମ ଫୁଲ ଉତ୍ତମ ହୋଇଥାଏ ଏବଂ ହଜାର  ପଦ୍ମ ଫୁଲ ଠାରୁ ଗୋଟାଏ ବଉଳ ଫୁଲ ଶ୍ରେଷ୍ଟ ହୋଇଥାଏ ।

ତେଣୁ ସୂର୍ଯ୍ୟ ନାରାୟଣଙ୍କୁ ଆମେ ସମି ପୁଷ୍ପ , ଅରକ୍ଷ , ପଦ୍ମ , କନିଅର ଏହି ସବୁ ଫୁଲ ଅର୍ପଣ କରିପାରିବା । ଏହା ଛଡା ମଲି , ମାଲତୀ , ଚମ୍ପା , ଜୁଇ , ଅଶୋକ , ଟଗର ଏହି ସବୁ ଫୁଲ ଦେଇ ଆମେ ସୂର୍ଯ୍ୟଙ୍କ ପୂଜା କରିପାରିବ । କାରଣ ଏହି ଫୁଲ ସୂର୍ଯ୍ୟଙ୍କ ପ୍ରିୟ ହୋଇଥାଏ , ତେଣୁ ଏହି ଫୁଲ ଅର୍ପଣ କରି ପୂଜା କରିବା ଦ୍ଵାରା ଆମେ ପୂଜା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ସୂର୍ଯ୍ୟ ନାରାୟଣ ମଧ୍ୟ ଆମ ପୂଜାରେ ପ୍ରସନ୍ନ ହୋଇଥାନ୍ତି ।

ଦ୍ଵିତୀୟରେ ଆମ କୁ ଗଣେଶଙ୍କ ପୂଜା କରିବା ଉଚିତ୍ ଏବଂ ଭଗବାନ ଗଣେଶଙ୍କୁ ପୂଜା କରେଇବା ସମୟରେ ଆମେ ତୁଲସୀ ଛଡା ଆଉ ସବୁ ଫୁଲ ଦେଇ ପୂଜା କରିପାରୁ । ତୃତୀୟ ରେ ମା ‘ ପାର୍ବତୀଦେବୀଙ୍କୁ ପୂଜା କରିବା ଶାସ୍ତ୍ର ନିୟମ ହୋଇଥାଏ । ମା ‘ ପାର୍ବତୀଙ୍କୁ  ଭଗବାନ ଶିବଙ୍କୁ  ଅର୍ପଣ କରାଯାଉଥିବା ସବୁ ଫୁଲ ପ୍ରିୟ ଅଟେ କିନ୍ତୁ ମା ‘ ଙ୍କୁ ଅପମା ଫୁଲ ବହୁତ ପସନ୍ଦ ହୋଇଥାଏ ।

ଯେତେ ପ୍ରକାରର ଲାଲ ରଙ୍ଗ ର ପୁଷ୍ପ ରହିଥାଏ ତାହା ମା ‘ ପାର୍ବତୀଙ୍କୁ ଅତି ପ୍ରିୟ ହୋଇଥାଏ । ମା ‘ ଦୂର୍ଗାଙ୍କୁ ରଜନୀଗନ୍ଧା ଫୁଲ ବହୁୟତ ପ୍ରିୟ ଅଟେ । ତେଣୁ ଆମ କୁ ପୂଜା କରିବା ସମୟରେ ଏହି ଫୁଲ ପ୍ରତି ଧ୍ୟାନ ହେବା ଇଚିତ୍ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button