ଓଡିଶା

ଦଶହରାରେ ହରିୟାଣାର ନୂଆ ସରକାରଙ୍କ ଶପଥ ଗ୍ରହଣ, ମନ୍ତ୍ରୀଙ୍କ ପାଇଁ ଲବି ଆରମ୍ଭ

ଚଣ୍ଡିଗଡ଼: ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ନୂତନ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପାର୍ଟି ସୂତ୍ର ମୁତାବକ ଶନିବାର ଦଶହରା ଦିନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି। ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବ। ଏମିତିରେ ପାର୍ଟି ହାଇକମାଣ୍ଡଙ୍କ ପକ୍ଷରୁ ନାଏବ ସିଂ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସବୁଜ ସଙ୍କେତ ମିଳି ସାରିଛି।

କିନ୍ତୁ ପ୍ରକ୍ରିୟା ଅନୁସାରେ ପୁଣି ଥରେ ବିଧାୟକ ଦଳ ନେତା ଚୟନ କରାଯିବ।

ତେବେ ନୂଆ ସରକାରରେ ମନ୍ତ୍ରିମଣ୍ଡଳ ପାଇଁ ବିଧାୟକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦିଲ୍ଲୀ ବାସଭବନରେ ଅନେକ ନେତାଙ୍କ ଭିଡ଼ ଜମିଛି। ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସହ ପ୍ରଭାରୀ ବିପ୍ଳଦ ଦେବ ମନୋହର ଲାଲଙ୍କ ସହିତ ବସି ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ମନ୍ତ୍ରୀଙ୍କ ନାମ ସହିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ବଡ଼ ଶିକ୍ଷା ! ସୂର୍ଯ୍ୟଙ୍କ କ୍ୟାଚ୍, ହରିୟାଣାର ନିର୍ବାଚନୀ ମ୍ୟାଚ୍…ଖେଳ କେତେବେଳେ ବି ବଦଳି ପାରେ, କେବଳ ଦରକାର ଧୈର୍ଯ୍ୟ

ନୂତନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ସଂପ୍ରଦାୟର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ବିଜେପି ହାଇକମାଣ୍ଡ ଅନିଲ ବିଜଙ୍କ ପରି ବରିଷ୍ଠ ନେତାଙ୍କୁ ଉଚିତ୍ ସମ୍ମାନ ଦେବାକୁ ଚାହୁଁଛନ୍ତି। ପାର୍ଟିର କହିବା କଥା ଯେଉଁଭଳି ଭାବେ ଦେଶର ଜନତା ପାର୍ଟିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ସେହି ହିସାବରେ ସରକାରକୁ ସଂଗଠିତ କରାଯାଇ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button