ଦେଶ ବିଦେଶ

ଦେଶରେ ପ୍ରାକୃତିକ ରବରର ଘୋର ଅଭାବ, ସଂକଟରେ ଟାୟାର ଶିଳ୍ପ: ଚିନ୍ତା ପ୍ରକଟ କଲା ଏଟିଏମଏ

କୋଚି: ଦେଶରେ ପ୍ରାକୃତିକ ରବରର ଉପଲବ୍ଧତା କମ୍ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଟାୟାର କମ୍ପାନୀ। ପ୍ରାକୃତିକ ରବର (NR) ମୂଲ୍ୟ ୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ଥିବା ସତ୍ତ୍ୱେ ବି ଏହାର ଘରୋଇ ଉପଲବ୍ଧତା ନିରାଶାଜନକ ରହିଛି ବୋଲି ମଙ୍ଗଳବାର ଭାରତୀୟ ଟାୟାର ଉତ୍ପାଦନକାରୀଙ୍କ ଶିଳ୍ପ ସଂସ୍ଥା ଅଟୋମୋବାଇଲ୍ ଟାୟାର ଉତ୍ପାଦକ ସଂଘ (ଏଟିଏମଏ) କହିଛି।

ରାଷ୍ଟ୍ରାୟତ୍ତ ରବର ବୋର୍ଡ ଦ୍ୱାରା ପ୍ରାକୃତିକ ରବର ଉତ୍ପାଦନ ଏବଂ ବ୍ୟବହାର ତଥ୍ୟକୁ ଅପଡେଟ୍ କରିବାରେ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଏଟିଏମଏ ସଦସ୍ୟ। ଏଟିଏମଏ ଚଳିତ ବର୍ଷ ପ୍ରାକୃତିକ ରବର ଉତ୍ପାଦନ ୨୨୫ ହଜାର ଟନ୍ ଆକଳନ କରିଛି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ରବର ବୋର୍ଡ ଦ୍ୱାରା ପ୍ରକାଶିତ ଆକଳନ ୩୫୬ ହଜାର ଟନ୍ ଠାରୁ ୩୭ ପ୍ରତିଶତ କମ୍।

କିଛି ମାସ ପୂର୍ବେ, ଏଟିଏମ୍ଏ କହିଥିଲା ଯେ ବର୍ତ୍ତମାନ ଦେଶର ଟାୟାର ଶିଳ୍ପ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ପ୍ରାକୃତିକ ରବରର ଘରୋଇ ଉପଲବ୍ଧତା ଅଭାବରୁ ଟାୟାର ପ୍ଲାଣ୍ଟରେ ବନ୍ଦ ଭିଳି ସଂକଟ ଦେଖାଦେଥିବା ବେଳେ ଯୋଗାଣ ବାଧାପ୍ରାପ୍ତ ହେଉଛି। ସୂଚନା ଥାଉକି ଭାରତର ଟାୟାର ଶୀଳ୍ପ ୭୦ ପ୍ରତିଶତ ପ୍ରାକୃତିକ ରବର ବ୍ୟବହାର କରିଥାଏ।

ଏଟିଏମ୍ଏ ଅନୁସାରେ, ରାଷ୍ଟ୍ରାୟତ ରବର ବୋର୍ଡ ରବର ଉତ୍ପାଦନ ସମ୍ପର୍କିତ ସଦ୍ୟତମ ଡାଟା ଅପଡେଟ୍ କରୁ ନାହିଁ। ବର୍ତ୍ତମାନ ୱେବ୍ସାଇଟ୍ରେ ଦିଆଯାଇଥିବା ଡାଟା ୨୦୨୪ ମେ ମାସର ବୋଲି ଏଟିଏମ୍ଏ କହିଛି। ତେଣୁ ମାସିକ ରବର ଉତ୍ପାଦନର ଅପଜଡେଟ୍ କରିବା ପାଇଁ ସଂଘ ଦାବି କରିଛି।

ବର୍ତ୍ତମାନ ରବର ବୋର୍ଡ ଦ୍ୱାରା ଦିଆଯାଇଥିବା ତଥ୍ୟ ଏପ୍ରିଲ୍ ଏବଂ ମେ ମାସର। ଏହା ପୁରୁଣା ହୋଇଥିବାରୁ ବର୍ତ୍ତମାନର ତଥ୍ୟ ବିଷୟରେ ଜଣାପଡୁ ନାହିଁ। ତେଣୁ ରବରର ଅଭାବ ସମ୍ପର୍କରେ ଟାୟାର ଇଣ୍ଡଷ୍ଟ୍ରୀ ଅନ୍ଧାରରେ ରହିଛି ବୋଲି ଏଟିଏମ୍ଏ କହିଛି।

ପ୍ରାକୃତିକ ରବର କମ ଉପଲବ୍ଧତାର କାରଣ ଚଳିତ ବର୍ଷ ପ୍ରବଳ ଗରମ ଓ ମଇ ମାସ ମଧ୍ୟ ଭାଗରେ ଆବଶ୍ୟକଠାରୁ ଅଧିକ ବର୍ଷାକୁ ଦାୟୀ କରାଯାଉଛି। ତେଣୁ ଟାୟାର ଶିଳ୍ପ ଓ ଗ୍ରାହକଙ୍କ ହିତକୁ ଦେଖି ରବର ବୋର୍ଡ ପ୍ରକୃତ ତଥ୍ୟ ଅପଡେଟ୍ କରିବ ବୋଲି ଆମର ବିଶ୍ୱାସ ରହିଛି ବୋଲି ଏଟିଏମ୍ଏ ନିର୍ଦ୍ଦେଶକ ରାଜୀବ ବୁଧରାଜା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button