ବ୍ୟବସାୟ

ଦେଶର ପ୍ରଥମ ୟୁପିଆଇ ଏଟିଏମ୍: କାର୍ଡ ଦରକାର ପଡ଼ିବନି – Utkal Mail


ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ ସ୍ଥାପନ କରିଥିବା ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ହେଲେ ଡେବିଟ୍ କାର୍ଡ ବ୍ୟବହାର କରିବାକୁ ପଡ଼ୁଛି। ମାତ୍ର ଦେଶରେ ପ୍ରଥମ ଥର ପାଇଁ ୟୁପିଆଇ ଏଟିଏମ୍‌କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବିନା କାର୍ଡରେ ଟଙ୍କା ଉଠାଇହେବ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ସହଯୋଗରେ ହିଟାଚି ପେମେଣ୍ଟ୍‌ ସର୍ଭିସେସ୍‌ ପକ୍ଷରୁ ସେହି ଏଟିଏମ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ ଗ୍ରାହକମାନେ କ୍ୟୁଆର୍‌ କୋଡ୍‌କୁ ସ୍କାନ୍ କରି ଟଙ୍କା ଉଠାଇପାରିବେ।

ୟୁପିଆଇ ଏଟିଏମ୍‌ର ସବୁଠୁ ବଡ଼ ଲାଭ ହେଉଛି ଯେକୌଣସି ବ୍ୟାଙ୍କର ଖାତାରୁ ୟୁପିଆଇ ଆପ୍‌କୁ ବ୍ୟବହାର କରି ଟଙ୍କା ଉଠାଇହେବ। ୟୁପିଆଇ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ସେଥିରେ ଥିବା ‘ୟୁପିଆଇ ଟଙ୍କା ଉଠାଣ’ ବିକଳ୍ପ ଚୟନ କରିବାକୁ ପଡ଼ିବ। ଏହା ପରେ କେତେ ଟଙ୍କା ଉଠାଇବାକୁ ଚାହୁଛନ୍ତି ତାହା ଲେଖିବାକୁ ହେବ। ତା’ପରେ ସ୍କ୍ରିନ୍‌ରେ ଏକ କ୍ୟୁଆର୍‌ କୋଡ୍‌ ପ୍ରଦର୍ଶିତ। ନିଜ ମୋବାଇଲ୍‌ରେ ଥିବା ୟୁପିଆଇ ଆପ୍‌କୁ ବ୍ୟବହାର କରି ସେ କୋଡ୍‌କୁ ସ୍କାନ୍ କରିବା ପରେ ୟୁପିଆଇ ପିନ୍ ଦେଲେ ଏଟିଏମ୍‌ରୁ ଟଙ୍କା ବାହାରିବ। ‌




Related Articles

Leave a Reply

Your email address will not be published. Required fields are marked *

Back to top button