108 ବୟସରେ କମାଲ କଲେ ବୃଦ୍ଧା, ଟପ୍ପର୍ ହୋଇ ସମସ୍ତଙ୍କ ପାଇଁ ସାଜିଲେ ପ୍ରେରଣା, ପୁରା କାହାଣୀ ଜାଣିଲେ ଆଖିରେ ଲୁହ ଆସିଯିବ
ଯାହା ନ ହୋଇଛି ବାଲ୍ୟ କାଳେ, ତାହା କି ହୋଇବ ପାଚିଲା ବାଳେ ! ଏ ଉକ୍ତିଟିକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ 108 ବର୍ଷୀୟ ବୃଦ୍ଧା । ପରିଣତ ବୟସରେ ବି ସେ ନିଜ ଇଚ୍ଛା ଓ ଦୃଢତାକୁ ପ୍ରମାଣ କରି ଦେଖାଇଛନ୍ତି । ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏମିତି କିଛି ହାସଲ କରି ଦେଖାଇଛନ୍ତି ଯେଉଁଥି ପାଇଁ ସବୁ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । 108 ବର୍ଷ ବୟସରେ ମଧ୍ୟ ହାତରେ ଖାତା କଲମ ଧରି ପାଠ ପଢି ପୌଢ ଶିକ୍ଷା ପରୀକ୍ଷା ଦେଇଛନ୍ତି କେରଳର କମଲକନ୍ନି ।

ତାଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ସେ କେବଳ ପରୀକ୍ଷା ପାସ୍ କରିଛନ୍ତି ତାହା ନୁହେଁ ବରଂ 100 ରୁ 97 ନମ୍ବର ରଖି ଟପ୍ପର୍ ହୋଇଛନ୍ତି । ସାକ୍ଷରତା ପରୀକ୍ଷାରେ ରାଜ୍ୟରେ ଟପ୍ପର୍ ହେବା ପରେ ସେଠାକାର ସରକାର ତାଙ୍କୁ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମରେ ସମ୍ମାନିତ କରିଛନ୍ତି । 1915 ରେ ତାମିଲନାଡୁର ଥେନେ ସହରରେ କମଲକନ୍ନିଙ୍କ ଜନ୍ମ ହୋଇଥିଲା । ପିଲାଟି ଦିନରୁ ତାଙ୍କର ପାଠ ପଢା ପ୍ରତି ବେଶ ଆଗ୍ରହ ଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ଠିକ ନ ଥିଲା ।




