ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ୱର ୧୪।୧୦ : ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ଦିଲ୍ଲୀ ପୋଲିସ କମିଶନରଙ୍କ ସହ ହେଲେ ଓଡିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ।ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି କହିଛନ୍ତି ଓଡିଶା ପୋଲିସ ଡିଜି ।
ଖବର ଅନୁଯାୟୀ, ଦେଶରେ ରାଜଧାନୀରେ ଦିଲ୍ଲୀରେ ଜଣେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ।
ଏମିତିକି ଦୁଷ୍କର୍ମ ପରେ ତାଙ୍କୁ ଏକ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ ।ସେହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି ମହିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକଡ଼ରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆଉ ଏବେ ମହିଳାଙ୍କ ଚିକିତ୍ସା ଜାରି ରହିଛି ।
ସେପଟେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କିଏ ସେହି ଦୁର୍ବୃତ୍ତ ଯିଏ ମହିଳାଙ୍କୁ ରାସ୍ତା ଫିଙ୍ଗି ଚାଲିଗଲା । ଆଉ କିଏ ଦୁଷ୍କର୍ମ କରିଛି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି । ଏପଟେ ସୋମବାର ଦିନ ଓଡିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ଦିଲ୍ଲୀ ପୋଲିସ କମିଶନରଙ୍କ ସହ ଫୋନ୍ ଯୋଗ କଥା ହୋଇଛନ୍ତି ।ଆଉ ଘଟଣାରେ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ମଧ୍ୟ କହିଛନ୍ତି । ତେବେ ସୋମବାର ସଂଧ୍ୟାରେ ମହିଳାଙ୍କ ପରିବାର ଲୋକ ଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡିଛି ।