ଓଡିଶା
୧୭ ଦଫା ଦାବି ନେଇ ମିଳିତ ଟ୍ରେଡ଼ ୟୁନିଅନର ଧାରଣା, ୨୮ରେ ପ୍ଲାଣ୍ଟ ବନ୍ଦ ଚେତାବନୀ
ରାଉରକେଲା ୧୪/୧୦: ରାଉରକେଲା ଷ୍ଟିଲ ପ୍ଳାଣ୍ଟର ୫ ଗୋଟି ଟ୍ରେଡ଼ ୟୁନିଅନ ଏନଟିସି, ବି.ଆଇଏମଏସ,ସିଟୁ, ଏଆଇଟିୟୁସି, ଏଆଇସିସିଟିୟୁ, ବିଏମଏମ, ଏସଇଏଆର, ଏଲପିଏଫ, ଆର,ଡ୍ଳୁୟୁ । ମିଳିତ ଭାବରେ ବସିଛନ୍ତି ବୀର ବିର୍ଶାମୁଣ୍ଡା ଛଳରେ ଧାରଣାରେ । ୧୭ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ସେମାନେ ।
ଦାବୀ ଗୁଡିକ ହେଲା ଏନ.ଜେ.ସି.ଏସ ଚୁକ୍ତିନାମା, ବୋନସ ଫର୍ମୁଲା ପରିବର୍ତ୍ତନ ସହ ୪୦.୫୦୦ ଟଙ୍କା ପ୍ରଦାନ, ଅତିରିକ୍ତି ଗୋଟିଏ ଇନ୍କ୍ରିମେଂଟ ପ୍ରଦାନ, ଗ୍ରାଚ୍ୟୁଇଟି ଉପରୁ ସିଲିଂ ପ୍ରତ୍ୟାହାର, ଠିକା ଶ୍ରମିକଙ୍କ ମୂଳ ଦରମାରେ ବୃଦ୍ଧି କାଟି ଥିବା ସ୍ପେଶାଲ ଆଲାଉନ୍ସ ସହ ୧୭ ଦାବି ।
ଏହି ସବୁ ଦାବି ନେଇ ଆଜି ସାରା ଦେଶରେ ସେଲ ଅଧିନରେ ଥିବା ସମସ୍ତ ଷ୍ଟିଲ ପ୍ଳାଣ୍ଟରେ ମିଳିିତ ଭାବରେ ଧାରଣାରେ ବସିଛି ଟ୍ରେଡ଼ ୟୁନିଅନ । ଯଦି ଖୁବ ଶିଘ୍ର ଧାରଣା ପୁରଣ ନହୁଏ ଆଗାମୀ ୨୮ ତାରଖରେ ରାଉରକେଲା ପ୍ଳାଂଟର କାର୍ଯ୍ୟକ୍ରମ ବନ୍ଦ କରିଦେବାକୁ ଚେତାବନୀ ଦେଇଛି ମିଳିତ ଟ୍ରେଡ଼ ୟୁନିଅନ ।