କ୍ରାଇମ

ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ – Utkal Mail


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳ‌ରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଖଣ୍ଡଗିରି ବାରିରେ ଏହି ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ଜଣେ ବୃଦ୍ଧାଙ୍କ ମୃତଶରୀର ଉଦ୍ଧାର କରି ତଦନ୍ତ ଚଳାଇଛି ପୁଲିସ। ମୃତ ମହିଳାଙ୍କ ଘର ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଣେ ବୋହୂକୁ ଅଚେତ୍ ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘରେ ମୃତ ବୃଦ୍ଧା, ତାଙ୍କ ସାନ ପୁଅ ଓ ବୋହୂ ରହୁଥିଲେ ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଘର ଭିତରୁ କିଛି ଶବ୍ଦ ଶୁଭିବାରୁ ପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button