କ୍ରୀଡା

ଚେନ୍ନାଇ ସୁପର୍ କିଙ୍ଗସ୍ ଦଳରେ ଖେଳୁଥିବା ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି : ଧୋନୀ ଥିବା ଯାଏଁ ଖେଳି ପାରିବେନି ଶୁଭ୍ରାଂଶୁ

ବନ୍ଧୁଗଣ ବର୍ତମାନ ସମସ୍ତଙ୍କର ନଜର ଶୁଭ୍ରାଂଶୁଙ୍କ ଉପରେ ଓ ବିଶେଷ କରି ସାରା ଓଡିଶା ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲା । ଯାହାଦ୍ଵାରା କେତେବେଳେ ଶୁଭ୍ରାଂଶୁଙ୍କ ପାଇଁ ମିଳିଥିବା ସୁଯୋଗ ଅନ୍ୟ ଓଡ଼ିଶା କ୍ରିକେଟ ତାରକାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ବାଟ ଖୋଲବା ପାଇଁ ଏକ ମାଧ୍ୟମ ସାଜିବ । ଯେପରି ଶୁଭ୍ରାଂଶୁ ସାଜିବେ ସେହି ମାଧ୍ୟମ ଏବଂ ଏହା ସବୁ ଓଡ଼ିଆଙ୍କ ପାଇଁ ହେବ ଗର୍ବ ଆଉ ଗୌରବର ଗାଥା ।

କିନ୍ତୁ ସେପରି କିଛି ଘଟିଲା ନାହିଁ । ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତଥା ଆଇପିଏଲ ୨୦୨୩ର ୧୬ତମ ସଂସ୍କରଣ ଭାରତୀୟ ମାଟିରେ ଖେଳା ଯାଉଛି । କିନ୍ତୁ ଅନ୍ୟ ପକ୍ଷରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳରେ ଖେଳୁଥିବା ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ନ ଖେଳେଇବା କାରଣରୁ ଓଡିଶାର କ୍ରିକେଟ୍ ଫ୍ୟାନ୍ସ ମାନେ ସୋସିଆଲ ମିଡ଼ିଆରେ ଆତଙ୍କ ସୃଷ୍ଟି କରିଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ ଯେ, ଗତବର୍ଷ ପ୍ରଥମ ଥର ମୂଳଦରରେ ସିଏସ୍‌କେ ପାଇଁ କିଣା ହୋଇଥିବା ଶୁଭ୍ରାଂଶୁ ଗୋଟିଏ ବି ମ୍ୟାଚ୍‌ ଖେଳିନଥିଲେ ।

କିନ୍ତୁ ଏଥର ଶୁଭ୍ରାଂଶୁଙ୍କୁ ସିଏସ୍‌କେ ନିଜ ଦଳରେ କାଏମ୍‌ ରଖିଥିବାରୁ ତାଙ୍କ ଉପରେ ଦଳ ଅଧିକ ଭରସା ରଖୁଥିବା ନେଇ ମନେ ହେଉଥିଲା । କିନ୍ତୁ ଶୁଣା ଯାଉଛି ଯେ ଯେତେ ପର୍ଯ୍ୟନ୍ତ ଧୋନୀ ଥିବେ ସେତେଦିନ ପର୍ଯ୍ୟନ୍ତ ସୁଯୋଗ ପାଇ ପାରିବେ ନାହିଁ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ସେ ଏମିତି ପଡ଼ିଆରେ ଅଭ୍ୟାସ କରି ଆସିଲେ ସୁଦ୍ଧା ଦଳରେ ସ୍ଥାନ ପାଇବେ ନାହିଁ । ତାଙ୍କୁ ଖେଳିବାକୁ ମଧ୍ୟ ବିଲକୁଲ ସୁଯୋଗ ମିଳି ପାରିବ ନାହିଁ ।

ଆଉ ଏହାର କାରଣ ହେଉଛି ଧୋନିଙ୍କର ଆବଶ୍ୟକତା ଠାରୁ ଅଧିକ ଭଲପାଇବା । ଧୋନୀ ଏତେ ଭଲ ପାଉଛନ୍ତି ଯେ ଶୁଭ୍ରାଂଶୁଙ୍କୁ ଖେଳିବା ପାଇଁ ସୁଯୋଗ ହିଁ ମିଳି ପାରୁନାହିଁ । ଏମିତି ଖେଳାଳି ଅଛନ୍ତି ଯାହାଙ୍କୁ ସୁଜୋଗ ପରେ ସୁଜୋଗ ମିଳି ଚାଲିଛି । କିନ୍ତୁ କିଛି କାମକୁ ନୁହେଁ ସେମାନେ । ସେମିତି ଜଣେ ଖେଳାଳି ହେଉଛନ୍ତି ରାଇଡୁ । ଯିଏକି ଫ୍ଲପ୍ ହେବାରେ ଲାଗିଛନ୍ତି । ଆଉ ଦଳରେ ରାଇଡୁ ଖେଳୁଛନ୍ତି ବୋଲି ଶୁଭ୍ରାଂଶୁଙ୍କୁ ସୁଯୋଗ ମିଳି ପାରୁନାହିଁ । ଯଦି ଦେଖିବା ତେବେ ଧୋନୀଙ୍କ ସାଙ୍ଗ ହେଉଛନ୍ତି ରାଇଡୁ । ସେଥିପାଇଁ ଯେତେ ଖରାପ୍ ଖେଳିଲେ ମଧ୍ୟ ଆଇପିଏଲ ମ୍ୟାଚ୍ ରୁ ରାଇଡୁଙ୍କୁ ବାଦ୍ ଦେଉ ନାହାଁନ୍ତି ଧୋନୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button