କ୍ରୀଡା

ରୀଙ୍କୁଙ୍କ ଆଗରେ କାମ ଦେଉନି ସ୍ପୀଡର ବୋଲିଂ, ଦରମା ନେଉଛନ୍ତି 55 ଲକ୍ଷ, କିନ୍ତୁ ଖେଳ ତାଙ୍କର 5 କୋଟିର

ଦରମା ତାଙ୍କର 55 ଲକ୍ଷ କିନ୍ତୁ ଖେଳ ପ୍ରଦର୍ଶନ ଆଉ ପରିଶ୍ରମ ତାଙ୍କର 5 କୋଟିର।ତାଙ୍କ ଆଗରେ କାନ୍ଦୁଛନ୍ତି ସବୁ ବୋଲର। କାମ କରୁନି 140 କି 150 ସ୍ପୀଡର ବୋଲିଂ। ଆଜ୍ଞା ହଁ ଆମେ କହୁଛୁ ରିଙ୍କୁ ସିଂ ଙ୍କ କଥା ଯିଏ ଏବେ ଆଇପିଏଲରେ କରିସାରିଛନ୍ତି କମାଲ ଉପରେ କମାଲ। ଶେଷକୁ ଆସୁଛନ୍ତି ଆଉ ମ୍ୟାଚକୁ ଜିତାଇ ଚାଲିଯାଉଛନ୍ତି।

ତେବେ ଚଳିତ ଆଇପିଏଲରେ ମଧ୍ୟ କିଛି ଏମିତି ଖେଳାଳୀ ସାମ୍ନାକୁ ଆସିଛନ୍ତି ଯେଉଁମାନଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଭବିଷ୍ୟତ ବୋଲି କୁହାଯାଉଛି। ସେହିଭଳି ଜଣେ ଯୁବ ପ୍ରତିଭା ହେଉଛନ୍ତି ରିଙ୍କୁ ସିଂ। ଚଳିତ ଆଇପିଏଲରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ରିଙ୍କୁ ସିଂ।

କୋଲକାତା ପାଇଁ ଖେଳୁଥିବା ଏହି ଯୁବ ଖେଳାଳୀ ଶେଷ ଓଭରରେ 5 ଟି ଛକା ମାରି ଆଇପିଏଲର ନୂଆ ଷ୍ଟାର ପାଲଟିଛନ୍ତି। ଗୁଜୁରାଟ ବିପକ୍ଷରେ 5 ଟି ବଲରେ ଲଗାତାର 5 ଟି ଛକା ମାରି କୋଲକାତାକୁ କେବଳ ବିଜୟ ଭେଟି ଦେଇନଥିଲେ ବରଂ ନୂଆ ଫିନିସର ଭାବେ ଉଭା ହୋଇଥିଲେ।

ସେହିଭଳି ପଞ୍ଜାବ ବିପକ୍ଷରେ 10 ବଲରୁ 21 ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ରିଙ୍କୁ। ଏବେ ସୁଦ୍ଧା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ରିଙ୍କୁଙ୍କୁ ଆଗାମୀ ଦିନରେ ଶ୍ରେଷ୍ଠ ଫିନିସର ଭୂମିକାରେ ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀଙ୍କ ଆଶା ରହିଛି।

ଯଦି ନଜର ପକାଇବା ତେବେ ଅନ୍ୟ ଖେଳାଳିମାନେ କୋଟି କୋଟି ଟଙ୍କାରେ କିଣା ହୋଇ ମଧ୍ୟ ଖରାପ ପ୍ରଦର୍ଶନ କରୁଛନ୍ତି। ରୋହିତ ଶର୍ମା ଦଳ ଅଧିନାୟକ ହୋଇ ମଧ୍ୟ ପୁରା ଖରାପ ଖେଳୁଛନ୍ତି। କିନ୍ତୁ ତାଙ୍କୁ କିଣା ଯାଉଛି କୋଟି କୋଟି ଟଙ୍କାରେ। ଆଉ ଏବେ ରିଙ୍କୁ ଯେଉଁ ପ୍ରକାର ପ୍ରଦର୍ଶନ ଦେଖାଉଛନ୍ତି ତାକୁ ଦେଖି ଲୋକ କହୁଛନ୍ତି ରିଙ୍କୁଙ୍କ ଦରମା 55 ଲକ୍ଷ ଟଙ୍କା ନୁହେଁ ବରଂ 5 କୋଟି ହେବାର ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button