Ajira Anuchinta : କେଉଁ ଦାନା ପକ୍ଷୀଙ୍କୁ ଖୁଆଇଲେ ଭଲ ଚାକିରି ପ୍ରାପ୍ତ ହୋଇଥାଏ ?
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ସୁଖରେ ରହିବା ପାଇଁ ହେଲେ ଭଲ ଚାକିରିଟିଏ କରିବା ମଧ୍ୟ ଦରକାର ପଡିଥାଏ । କାରଣ ସେହି ରୋଜଗାର କରି ହିଁ ସେଥିରୁ ଅର୍ଜିତ ଟଙ୍କା ଦ୍ଵାରା ହିଁ ନିଜର ଆବଶ୍ୟକତା ପୂରଣ କରିପାରିବ । ତେବେ ସେହି ଚାକିରି ସମ୍ବଦ୍ଧିତ କିଛି ଜ୍ଞାନପୂର୍ଣ୍ଣ କଥା ଚାଲନ୍ତୁ ଆଲୋଚନା କରିନେବା । ଚାକିରି ସମସ୍ଯା ବର୍ତ୍ତମାନ ସମୟରେ ଏକ ମୁଖ୍ୟ ସମସ୍ଯା ରୂପେ ଦେଖା ଦେଇଛି । ତେଣୁ ଯେଉଁ ମାନଙ୍କର ଚାକିରି ହୋଇପାରୁନାହିଁ ।
ସେମାନେ ନିଜର କର୍ମ ଜାରୀ ରଖିବା ସହିତ କିଛି ବିଶେଷ ଉପାୟ ଅବଲମ୍ବନ କରିବା ଉଚିତ । ଯଦି ମାସର ପ୍ରଥମ ସୋମବାର ଦିନ ଖଣ୍ଡିଏ ଧଳା କପଡାରେ ଅରୁଆ ଚାଉଳ ବାନ୍ଧି କାଲି ମନ୍ଦିରରେ ଅର୍ପଣ କରିବେ । ତେବେ ଚାକିରି ପାଇଁ ଆସୁଥିବା ବାଧାବିଘ୍ନ ସବୁ ଦୂର ହୋଇଥାଏ । ଯଦି ଚାକିରି ପାଇଁ କୌଣସି ସ୍ଥାନକୁ ଯାଉଥାନ୍ତି । ତେବେ ଯିବା ପୂର୍ବରୁ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଯଦି ନିଜ ମନ ପସନ୍ଦର ଚାକିରିଟିଏ ପାଇବାକୁ ଇଛା ରଖିଥାନ୍ତି ।
ଯେଉଁ ଲୋକମାନେ ଚାକିରି ପାଇବାକୁ ଇଛା ରଖୁଥାନ୍ତି । ତେବେ ପ୍ରତ୍ଯେକ ଦିନ କଦଳୀ ଗଛକୁ ପୂଜା କରିବା ଦ୍ଵାରା ଚାକିରି ବହୁ ଶୀଘ୍ର ମିଳିଯାଇଥାଏ । ଯଦି ଚାକିରି ପାଇଁ ଇଣ୍ଟରଭିୟୁ ଦେଇ ବାରମ୍ବାର ବିଫଳ ହେଉଥାନ୍ତି । ତେବେ ଇଣ୍ଟରଭିୟୁ ଦେବା ପାଇଁ ଜୀବ ବେଳେ ଘରୁ ଦହି ଏବଂ ମିଠା ଖାଇ କରି ଗଲେ, ମଙ୍ଗଳ ହୋଇଥାଏ । ବହୁ ଲୋକ ଚାକିରି ଖୋଜି ଖୋଜି ନୟାନ୍ତ ହୋଇଯାଇଥାନ୍ତି । ତଥାପି ସେମାନଙ୍କୁ ଯଦି ଭଲ ଚାକିରିଟିଏ ପ୍ରାପ୍ତ ହେଉନାହିଁ । ତେବେ ଠାକୁରଙ୍କ ପାଖରେ ଲେମ୍ବୁଟିଏ ରଖି ତାକୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ତାକୁ ୪ ଭାଗ କରି ଛକ ଜାଗାରେ ରଖିବା ଉଚିତ । ଯଦି ମନ ମୁତାବକ ଭଲ ଚାକିରି ଟିଏ ଖୋଜୁଥାନ୍ତି । ତେବେ ସୋମବାର ବ୍ରତ କରିବା ଉଚିତ । ଏହା କରିବା ଦ୍ଵାରା ମନସ୍କାମନା ପୂରଣ ହୋଇଥାଏ । ନୂଆ ଚାକିରି ଆଶାରେ ଥିବା ଲୋକ ମାନେ ଯଦି ବେକରେ ରୁଦ୍ରାକ୍ଷ ଧାରଣ କରନ୍ତି, ତେବେ ମଙ୍ଗଳ ହୋଇଥାଏ ।
ଭଲ ଚାକିରିଟିଏ ପାଇଁ ପ୍ରତ୍ଯେକ ଦିନ ୭ ପ୍ରକାର ଦାନା ଯଥା ଚାଉଳ, ଗହମ, ମୁଗ, ବିରି, ଚଣା, ମଣ୍ଡିଆ, ଖସା ମିଶାଇ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ।