ଦେଶ ବିଦେଶ

ପୁଣି ଦୁଇ ବିମାନକୁ ଧମକ: ସପ୍ତାହ ମଧ୍ୟରେ ୧୬ ବିମାନକୁ ବୋମା ଧମକ

ନୂଆଦିଳ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିଳୁଥିବା ବେଳେ ତାଲିକାରେ ଆଉ ଦୁଇଟି ବିମାନ ଯୋଡ଼ି ହୋଇଛି। ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରିରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଓ ଭିସ୍ତାରାକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଜାଣିବାକୁ ମିଳିଛି ଯେ ଗଥ ଗୋଟାଏ ସପ୍ତାହ ମଧ୍ୟରେ ଅତି କମରେ ୧୬ଟି ବିମାନକୁ ବୋମା ଧମକ ମିଳି ସାରିଲାଣି।

ବୋମା ଧମକ ପରେ ଶନିବାର ସକାଳେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଏକ ଉଡ଼ାଣ ଭରିବାକୁ ଥିବା ଭିସ୍ତାରା ବିମାନକୁ ଫ୍ରାଙ୍କଫର୍ଟକୁ ପଠାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ପୁଙ୍ଖାନୁପୁଙ୍ଖ ସୁରକ୍ଷା ଯାଞ୍ଚ ପରେ କୌଣସି ବିପଦ ନ ଥିବାରୁ ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ଅଧିକାରୀଙ୍କ ଅନୁଯାୟୀ ଦୁବାଇରୁ ଜୟପୁର ପର୍ଯ୍ୟନ୍ତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯିବାକୁ ପ୍ରସ୍ତୁତ ଥିବା ବେଳେ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ବିମାନଟି ସକାଳ ରାତି ୧.୨୦ ରେ ଅବତରଣ କଲା ଏବଂ ଯାଞ୍ଚ ପରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ଦିଲ୍ଲୀ-ଲଣ୍ଡନ ଭିସ୍ତାରା ବିମାନ ରାତି ପ୍ରାୟ ୧୨.୪୦ (ଭାରତୀୟ ସମୟ) ରେ ଫ୍ରାଙ୍କଫୋର୍ଟ୍ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା ଏବଂ ଯାଞ୍ଚ କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଏହା ଫ୍ରାଙ୍କଫର୍ଟରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛି ବୋଲି ଶନିବାର ଦିନ ବିମାନ ସେବା କହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button