ମନୋରଞ୍ଜନ

ଓଡ଼ିଆ ସିନେମାରେ ପୁଣି ସୌମ୍ୟା

ବେ ଓଲିଉଡ୍କୁ ପୁଣି ଜଣେ ଅଣଓଡ଼ିଆ ନାୟିକା ଫେରୁଥିବା ଜଣାଯାଇଛି। ୨୦୨୩ ରଜବଜାରରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ସେ ନାୟିକା ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ଅଭିନୟ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ଏବେ ଆପଣମାନେ ଜାଣିସାରିବେଣି ଯେ ଏହି ନାୟିକା ହେଲେ ସୌମ୍ୟା ସଚଦେବା।

ସୌମ୍ୟା ‘ଲଭ୍ ଇନ୍ ଲଣ୍ଡନ’ ବ୍ୟତୀତ ଦୁଇଟି ପଞ୍ଜାବୀ ସିନେମା ଓ କେତେକ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ କେତେକ ହିନ୍ଦୀ ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଛି।

ସୌମ୍ୟା ସଚଦେବା ଯେଉଁ ନୂଆ ଓଡ଼ିଆ ଛବିରେ କାମ କରୁଛନ୍ତି, ତାହାର ଟାଇଟଲ୍ ଏଯାଏ ଘୋଷିତ ହୋଇନାହିଁ। ତେବେ ଓଲିଉଡ୍ର ଜଣାଶୁଣା ପ୍ରଯୋଜକ ରମେଶ ବାରିକ ତାଙ୍କର ଆଗାମୀ ଫିଲ୍ମ ପାଇଁ ସୌମ୍ୟା ସଚଦେବାଙ୍କୁ ଚୁକ୍ତିବଦ୍ଧ କରିଥିବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସିନେମାର ଅନ୍ୟାନ୍ୟ ଷ୍ଟାର୍କାଷ୍ଟ ଖୁବ୍ ଶୀଘ୍ର ଘୋଷଣା କରାଯିବ। ତେବେ ଏହି ନାମକରଣ ହୋଇ ନଥିବା ଓଡ଼ିଆ ସିନେମାର ସୁଟିଂ ୨୦୨୫ରେ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button