ହ୍ଵାଟଆପ ୟୁଜର୍ସଙ୍କ ପାଇଁ ଖୁସି ଖବର ! ନୂଆ ଫିଚର ଆଣିଲା କମ୍ପାନୀ, ଏଣିକି ଚାଟ୍ ଲକ୍ ରେ ସିକ୍ରେଟ ରହିବ ଆପଣଙ୍କ ପ୍ରାଇଭେଟ ଚାଟିଂ
ନମସ୍କାର ବନ୍ଧୁଗଣ । ୱ୍ହାଟସପ କୁ ପରିଚାଳନା କରୁଥିବା କମ୍ପାନୀ ମେଟା ରସିଓ ମାର୍କ ଯୁବର୍ଗ ୱ୍ହାଟସପ ରେ ଚ୍ୟାଟିଙ୍ଗ ଲକ ଫିଚର ଲଞ୍ଚ କରିବାକୁ ସୂଚନା ଦେଇଛନ୍ତି । ଏଣିକି ୱ୍ହାଟସପ ରେ ଆପଣଙ୍କର ଚ୍ୟାଟିଙ୍ଗ କିମ୍ବା କଲ ସବୁ ସୁରକ୍ଷିତ ରହିବ । ଆପଣ ବିନା ଅନୁମତି କେହି ବି ଏହାର ପତା ପାଇବେ ନାହିଁ ।

କାରଣ ଏସବୁ ସୁରକ୍ଷିତ ରଖିବାକୁ ଏଥର ୱ୍ହାଟସପରେ ବାୟୋମେଟ୍ରିକ ଫର୍ମୁଲା କୁ ବ୍ୟବହାର କରାଯିବ । ୱ୍ହାଟସପରେ ନୂଆ ଫିଚର ଯୋଡି ହେବାକୁ ଯାଉଛି ଯାହା ଆପଣଙ୍କ କଥାକୁ ଗୁପ୍ତ ରଖିବ । ଏଥିପାଇଁ ସ୍କ୍ରିନ ଲକ କରା ଯାଉଥିବା ପ୍ରଣାଳୀକୁ ବ୍ୟବହାର କରାଯିବ । କୌଣସି ଚ୍ୟାଟିଙ୍ଗ ବା ୱ୍ହାଟସପ କଲ କୁ ସିକ୍ରେଟ ରଖିବାକୁ ଆପଣ ପାସୱାର୍ଡ ବା ଫିଙ୍ଗରପ୍ରିଣ୍ଟ ଦେଇ ଲକ କରିପାରିବେ ।


ଏହା ଉପରେ କ୍ଲିକ କରିଲେ ଆପଣଙ୍କୁ ଏହି ଫିଚରକୁ ଆକ୍ଟିଭ କରିବାକୁ ପଡିବ । ଏବେ ଲକ ଚୟନ ଦେଖିବାକୁ ୟୁଜର୍ସଙ୍କୁ ନିଜର ଇନବକ୍ସ କୁ ତଳକୁ ଟ୍ରାକ କରି ନିଜ ଫୋନରେ ପାସୱାର୍ଡ ସେଭ ବା ବାୟୋମେଟ୍ରିକ ପ୍ରମାଣିକରଣ କରିବାକୁ ପଡିବ । ଫଳରେ ଆପଣଙ୍କ ଚ୍ୟାଟଲକ ରେ ଥିବା ମ୍ଯାସେଜ ଇନବକାଶ ରେ ନୁହେଁ ଭିନ୍ନ ଫୋଲ୍ଡର ରେ ରହିବ । ଚ୍ୟାଟଲକ ରେ ଆଡ ବ୍ଯତୀତ ମ୍ଯାସେଜ ଓ ନାଁ ଇନବକ୍ସ ରେ ଦେଖାଯିବ ନାହିଁ । ଏହା ସଂପୂର୍ଣ୍ଣ ଗୋପନୀୟ ରହିବ । କହି ରଖୁଛୁ ଭାରତରେ ପାଖାପାଖି 48.9 କୋଟି ୟୁଜର୍ସ ଅଛନ୍ତି । ସାରା ଦେଶରେ 200 ରୁ ଅଧିକ ଏହାର ବ୍ୟବହାର କରୁଛନ୍ତି । ୱ୍ହାଟସପକୁ 2009 ରେ ଲଞ୍ଚ କରାଗଲା । 2014 ରେ ଫେସବୁକ ଏହାକୁ 19 ମିଲିୟନ ଡଲାର ରେ କିଣି ନେଇଥିଲା । ଦୁନିଆରେ ସବୁଠାରୁ ଅଧିକ ବ୍ଯବହାର କରା ଯାଉଥିବା ଏହି ମ୍ଯାସେଞ୍ଜର ଆପ କୁ ଅଧିକ ସୁରକ୍ଷିତ କରିବାକୁ ମେଟା ର CEO ଚ୍ୟାଟ ଲକ ଫିଚର ଆଣି ୟୁଜର୍ସ ଙ୍କ ସୁରକ୍ଷା କୁ ଆହୁରି ପାଦେ ଆଗେଇ ଦେଇଛନ୍ତି ।



