କ୍ରୀଡା

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ବର୍ଷା ହେବା ପାଇଁ ପ୍ରାର୍ଥନା କରୁଛନ୍ତି ଭାରତୀୟ ଫ୍ୟାନ୍ସ, ଓଦା ଫିଲ୍ଡ ଯୋଗୁଁ ହୋଇପାରୁନି ମ୍ୟାଚ ଆରମ୍ଭ

ଭାରତ-ନ୍ୟୁଜିଲାଣ୍ଡମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି । ଆଜି ପ୍ରଥମ ମ୍ୟାଚର ଶେଷ ଦିନ । ଆଜି ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଆବଶ୍ୟକ ୧୦୭ ରନ୍‌ । ନ୍ୟୁଜିଲାଣ୍ଡ ପକ୍ଷରୁ ଚତୁର୍ଥ ଦିନରେ ଟମ୍ ଲାଥାମ୍ ଏବଂ ଡିଭନ୍ କନୱେ ବ୍ୟାଟିଂ କରିବାକୁ ଆସିଥିଲେ । ବର୍ଷା ଯୋଗୁଁ ମାତ୍ର ୪ଟି ବଲ୍‌ ପଡିଥିଲା ।

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଆଜି ଶେଷ ଦିନରେ ଓଦା ଫିଲ୍ଡ ଯୋଗୁଁ ଖେଳରେ ବିଳମ୍ବ ହୋଇଛି । ତେବେ ବର୍ଷା ହେବା ପାଇଁ ଭାରତୀୟ ଫ୍ୟାନ୍ସ ପ୍ରାର୍ଥନା କରୁଛନ୍ତି । ଯଦି ଆଜି ଅପରାହ୍ନ ୩ଟା ଯାଏଁ ବର୍ଷା ହୁଏ, ତେବେ ମ୍ୟାଚ ଡ୍ର ହେବାର ସମ୍ଭାବନା ରହିଛି ।

ଦଳ ମାତ୍ର ୪ ବଲ୍ ଖେଳିଥିବା ବେଳେ ବର୍ଷା ଓ ଖରାପ ଆଲୋକ କାରଣରୁ ଆଉ ଖେଳ ସମ୍ଭବ ହୋଇପାରି ନଥିଲା । ଏହା ପୂର୍ବରୁ ଭାରତର ଦ୍ବିତୀୟ ଇନିଂସ ୪୬୨ ରନ୍ ରେ ଶେଷ ହୋଇଥିଲା । ଶୁକ୍ରବାର ଅସମାପ୍ତ ୩ ୱିକେଟରେ ୨୩୧ ରନ୍ ରୁ ଗତକାଲି ଖେଳ ଆରମ୍ଭ କରିଥିଲା ଭାରତ । ଭାରତର ପ୍ରଥମ ଇନିଂସ ସ୍କୋର ୪୬ ରନ୍ ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରି ୩୫୬ ରନ୍ ର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା ।

ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ଭାରତ ୪୬୨ ରନ୍ କରିଥିଲା। ସରଫରାଜ ଖାନଙ୍କ ବିସ୍ଫୋରକ ଶତକ ସହିତ ଋଷଭ ପନ୍ତ ଏବଂ ବିରାଟ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ଭାରତକୁ ଏକ ସମ୍ମାନଜନକ ସ୍କୋର କରିବାରେ ସାହାଯ୍ୟ କରିଛି । ପ୍ରଥମ ଇନିଂସ ପରେ ୩୫୬ ରନ୍ ପଛରେ ରହିଥିବା ଭାରତ ଦ୍ୱିତୀୟ ଇନିଂସ ପରେ ୧୦୬ ରନ୍ ଅଗ୍ରଣୀ ହେବାରେ ସଫଳ ହୋଇଛି ।

ସରଫରାଜ ଏବଂ ଋଷଭ ପନ୍ତଙ୍କ ପରେ ଭାରତୀୟ ଇନିଂସ ଫେଲ ମାରିଥିଲେ । କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବ୍ୟାଟରୁ ଏଭଳି କିଛି ବଡ଼ ଇନିଂସର ଆଶା ଥିଲେ ମଧ୍ୟ ସମସ୍ତ ଖେଳାଳି ନିରାଶ କରିଥିଲେ । ରାହୁଲ ୧୨, ଜାଡେଜା ୫ ଏବଂ ଅଶ୍ୱୀନ ମାତ୍ର ୧୫ ରନ୍ କରି ପାଭିଲିୟନ ଫେରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button