ଦେଶ ବିଦେଶ

କ’ଣ ବିଜେପିରେ ସାମିଲ ହେବେ ନବଜୋତ ସିଦ୍ଧୁ ? ଏହି ନେତାଙ୍କୁ ଭେଟିଲେ ପତ୍ନୀ ନବଜୋତ କୌର

ମୁମ୍ଵାଇ ୦୪।୧୧; ନବଜୋତ ସିଦ୍ଧୁ ପୁଣିଥରେ ବିଜେପିକୁ ଫେରିବାକୁ ଯାଉଛନ୍ତି । ଏନେଇ ଖୁବ୍ କଳ୍ପନା ଜଳ୍ପନା ଚାଲିଛି । କିଛି ସମୟ ଧରି ରାଜନୀତିରେ କାର୍ଯ୍ୟକଳାପରୁ ଦୂରେଇ ରହିବା ପରେ ନବଜୋତ ପରିବାର ପୁଣି ଥରେ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଏଥର ସିଦ୍ଧୁ ପରିବାର ବିଜେପିର ନିକଟତର ହେବାକୁ ପ୍ରସ୍ତୁତ ହେଉଛନ୍ତି।

କଂଗ୍ରେସରେ ଯୋଗଦେବା ପରେ ସିଦ୍ଧୁଙ୍କ ପରିବାରର ରାଜନୈତିକ ଗ୍ରାଫ ତଳକୁ ଖସିବାକୁ ଲାଗିଲା।

ନିକଟରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଗତକାଲି ବିଜେପି ନେତା ତରଞ୍ଜିତ ସିଂ ସନ୍ଧୁଙ୍କୁ ଭେଟିଥିଲେ। ଏହା ପରେ ସିଦ୍ଧୁ ପରିବାର ବିଜେପିରେ ଯୋଗଦେବାକୁ ଚେଷ୍ଟା କରୁଥିବା ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ତାରଞ୍ଜିତ ସନ୍ଧୁ ମଧ୍ୟ ଏହାର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାଜା ଏବେ ଭାଇରାଲ ହେବାରେ ଲାଗିଛି।

କହିବାକୁ ଗଲେ ନବଜୋତ ସିଦ୍ଧୁ ଦୀର୍ଘ ଦିନ ଧରି କଂଗ୍ରେସରୁ ଗାଏବ ଥିଲେ। ଏହି କାରଣରୁ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ଏହି ସମୟରେ ନୂତନ ଆଲୋଚନା ପଞ୍ଜାବ ରାଜନୀତିରେ ଏକ ହଇଚଇ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button