ଦେଶ ବିଦେଶ

ଡିଜିଟାଲ୍‌ ପ୍ରଦୂଷଣ

ଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର ବୃତ୍ତିଗତ ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର ଏବଂ ବାର୍ଦ୍ଧକ୍ୟର ନିଃସଙ୍ଗତାର ପକ୍ଷୀବସା ପାଲଟିଛି।

ଏହି ଡିଜିଟାଲ୍ ସାମଗ୍ରୀର ବହୁଳ ବ୍ୟବହାର ଦ୍ବାରା ସେଥିରୁ ନିର୍ଗତ ହେଉଥିବା ତେଜୋଦୀପ୍ତ ରଶ୍ମି ଆମ ଶରୀରକୁ ଧୀରେ ଧୀରେ ଦୂଷିତ ବା ବିଷାକ୍ତ କରେ। ଏହାକୁ ନୀଳ ରଶ୍ମି ବା ବ୍ଲୁ ଲାଇଟ୍ କୁହାଯାଏ ଏବଂ ତଜ୍ଜନିତ ପ୍ରଦୂଷଣକୁ ଡିଜିଟାଲ୍ ପ୍ରଦୂଷଣ କୁହାଯାଏ।

 ଡିଜିଟାଲ ପ୍ରଦୂଷଣର ପ୍ରାଦୁର୍ଭାବରୁ ରକ୍ଷା ପାଇବାର ପ୍ରତିକାର:
 କମ୍ପ୍ୟୁଟର୍, ଲାପ୍ଟପ୍, ସ୍ମାର୍ଟଫୋନ୍ ଇତ୍ୟାଦି ସାମଗ୍ରୀକୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବାରୁ ନିଜକୁ କ୍ଷାନ୍ତ ରଖନ୍ତୁ
 ଘରେ ବା ବାହାରେ ସଦାବେଳେ ଏକ ଅଧିକ ଏସ୍ପିଏଫ୍ଯୁକ୍ତ ସନ୍ସ୍କ୍ରିନ୍ ବ୍ୟବହାର କରିବାକୁ ଜମାରୁ ଭୂଲନ୍ତୁ ନାହିଁ
 କମ୍ପ୍ୟୁଟର୍କୁ ନାଇଟ୍ ମୋଡ୍ରେ ରଖି ବ୍ୟବହାର କରନ୍ତୁ
 ନିଜର ଲାପ୍ଟପ୍ ଓ ସ୍ମାର୍ଟଫୋନ୍ରେ ବ୍ଲୁ ସ୍କ୍ରିନ୍ ପ୍ରୋଟେକ୍ଟର୍ ଲଗାନ୍ତୁ
 ଆପଣଙ୍କୁ ଯଦି ୬ ଘଣ୍ଟାରୁ ଅଧିକ କମ୍ପ୍ୟୁଟର୍ରେ କାମ କରିବାର ଆବଶ୍ୟକତା ପଡୁଛି, ତେବେ ବ୍ଲୁ ଲାଇଟ୍ ପ୍ରୋଟେକ୍ସନ୍ ଲେନ୍ସଯୁକ୍ତ ଚଷମା ବ୍ୟବହାର କରନ୍ତୁ
 ରାତିରେ ଶୋଇବା ପୁର୍ବରୁ ଭଲ ଭାବରେ ମୁଁହ ଧୋଇ ହାଇଲୁରୋନିକ୍ ଏସିଡ୍ଯୁକ୍ତ ସିରମ୍ ବା ନାଇଟ୍ କ୍ରିମ୍ ବ୍ୟବହାର କରନ୍ତୁ ଏବଂ ଦିନରେ ଭିଟାମିନ୍ ସି ଯୁକ୍ତ ସିରମ୍ ବା ବ୍ଲୁ ଲାଇଟ୍ ପ୍ରୋଟେକ୍ସନ୍ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ
 ନିଜର ତ୍ୱଚ଼ା ବୟସ୍କ ଓ ରୁକ୍ଷ ନ ଦିଶିବା ପାଇଁ ଅଧିକ ଜଳପାନ କରନ୍ତୁ ଏବଂ ଭିଟାମିନ୍ ସି ଯୁକ୍ତ ଫଳ ଓ ପନିପରିବା ଖାଆନ୍ତୁ
 ଡିଜିଟାଲ୍ ପ୍ରଦୂଷଣର ପ୍ରାଦୁର୍ଭାବରୁ ନିଜକୁ ରକ୍ଷା କରନ୍ତୁ ଏବଂ ଏକ ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button