ସ୍ୱାସ୍ଥ୍ୟ

ରାତିରେ ଠିକରେ ନିଦ ହେଉନି କି ! ତେବେ ଆଜି ରାତି ଠାରୁ ଏହାକୁ ଟ୍ରାଏ କରନ୍ତୁ, ବେଡ୍ ଦେଖୁ ଦେଖୁ ନିଦ ଆସିଯିବ…

ସୁସ୍ଥ ମନ ଓ ମସ୍ତିଷ୍କ ତଥା ସମ୍ପୂର୍ଣ୍ଣ ଶରୀରକୁ ଠିକ ରଖିବାକୁ ଚାହୁଁଥିଲେ । ଆପଣଙ୍କୁ ଏକ ଭଲ ନିଦ୍ରା ରାତି ସମୟରେ ନେବାର ଆବଶ୍ୟକତା ରହିଥାଏ । ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ନିଦ୍ରା ନେଇ ପାରୁନାହାନ୍ତି ବା ଭୁଲ ସମୟରେ ଶୋଉଛନ୍ତି ବା ଅଳ୍ପ ସମୟରେ ନିଦ ପୁରା କରନ୍ତି ତ ଏହାଦ୍ବାରା ନିଦ୍ରାର ସମସ୍ୟା ଦେଖାଦେଇଥାଏ । ଯଦି ଆପଣ 7 ରୁ 8 ଘଣ୍ଟା ନିଦ୍ରା ନିଅନ୍ତି ତ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ବ୍ଲଡ ପ୍ରେସର ଓ ହରମୋନ ବି ଠିକ ରହିଥାଏ ।

 

ନିଦ୍ରା ସମ୍ବନ୍ଧିତ ସମସ୍ୟା ବିଭିନ୍ନ ପ୍ରକାରର ପରିସ୍ଥିତି ପ୍ରଭାବରୁ ହୋଇଥାଏ, ଯାହା ନିୟମିତ ଭାବେ ଆସୁଥିବା ନିଦ୍ରାକୁ ପ୍ରଭାବିତ କରିଥାଏ ।

ସ୍ଲିପଏପନୋୟା;- ଏଥିରେ ରକ୍ତରେ ଅକ୍ସିଜେନ କମ ହେବାରୁ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ । ଏଥିରେ ହଟାତ ନିଶ୍ବାସ ବନ୍ଦ ହୋଇଯାଏ ତାପରେ ଧୀରେ ଧୀରେ ଆସିଥାଏ । ଅକ୍ସିଜେନ ପ୍ରଭାବରୁ ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାଦ୍ଵାରା ନିଦ୍ରାରେ ସମସ୍ୟା ଆସିଥାଏ । ଘୁଙ୍ଗୁଡ଼ି ମାରିବା ଓ ହଟାତ୍ ଭୟଭୀତ ହୋଇ ଉଠି ମୁହଁ ଶୁଖିଯିବା ଏହାର ସାମାନ୍ୟ ଲକ୍ଷଣ ହୋଇଥାଏ ।

ରେସ୍ଟଲେସ ଲେଗ ସିଣ୍ଡ୍ରୋମ;-  ଏଥିରେ ବ୍ୟକ୍ତି ସବୁବେଳେ ନିଜ ଗୋଡ଼କୁ ହଲାଇଥାଏ । ଯେବେ ଶୋଇବାକୁ ଯାଏ ଗୋଡ଼ରେ ଜଳାପୋଡା ହୋଇଥାଏ, ତେଣୁ ଭଲ ନିଦ ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button