ଦେଶ ବିଦେଶ

ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ଭାରତ ଧର୍ମନିରପେକ୍ଷ ହେଉ ଆପଣ ଚାହୁଁ ନାହାନ୍ତି କି ?

ନୂଆଦିଲ୍ଲୀ: ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ତଥା ଧର୍ମନିରପେକ୍ଷ ଭଳି ଶବ୍ଦ ହଟାଇବାକୁ ନେଇ ହୋଇଥିବା ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଥିଲା। ଏହି ଦୁଇଟି ଶବ୍ଦ ସମ୍ବିଧାନର ଗଠନର ଏକ ମୌଳିକ ଅଂଶ ବୋଲି ଶୁଣାଣି ସମୟରେ କୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କ ବେଞ୍ଚ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଯୁକ୍ତି ବାଢିଥିଲେ।

୧୯୭୬ରେ ସମ୍ବିଧାନରେ ୪୨ ତମ ସଂଶୋଧନ କରାଯାଇଥିଲା। ଏନେଇ ସଂସଦରେ କୌଣସି ବିତର୍କ ହୋଇ ନଥିବା ଜୈନ କହିଥିଲେ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିତର୍କ ହୋଇସାରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମଧ୍ୟ କୋର୍ଟ ଏହି ଶବ୍ଦଗୁଡ଼ିକୁ ସମ୍ବିଧାନର ମୌଳିକ ଗଠନର ଏକ ଅଂଶ ଭାବରେ ବିବେଚନା କରିଛନ୍ତି। ଭାରତ ଏକ ଧର୍ମନିରପେକ୍ଷ ଦେଶ ହେଉ ଏହା ଆପଣ ଚାହୁଁ ନାହାଁନ୍ତି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ।

ଭାରତ ଧର୍ମନିରପେକ୍ଷ ବୋଲି ସେ ଆଦୌ ବିଶ୍ୱାସ କରୁନଥିବା ଆଇନଜୀବୀ ଜୈନ କହିଥିଲେ । ଅନ୍ୟପକ୍ଷରେ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ କି? ପ୍ରଶ୍ନ ଜଷ୍ଟିସ ଖାନ୍ନା ଜୈନଙ୍କୁ ପଚାରିଥିଲେ। ସେହିପରି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ, ଆମେ ସବୁବେଳେ ଧର୍ମନିରପେକ୍ଷ ରହିଛୁ।

ସୂଚନାଯୋଗ୍ୟ, ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ବଳରାମ ସିଂଙ୍କ ତରଫରୁ ଏହି ପିଟିସନ କରାଯାଇଛି। ଯେଉଁଥିରେ ସମ୍ବିଧାନରୁ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦଗୁଡ଼ିକୁ ହଟାଇବାକୁ ଦାବି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button