ଦେଶ ବିଦେଶ

ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଓ ବ୍ରାଜିଲର ସ୍ଥାୟୀ ସଦସ୍ୟତା ନିମନ୍ତେ ଋଷିଆର ସମର୍ଥନ,ସଂଶୋଧନ ପାଇଁ ଆହ୍ୱାନ

ନୂଆଦିଲ୍ଲୀ ୨୧।୧୦: ଋଷିଆର ଶୀର୍ଷ କୂଟନୀତିଜ୍ଞ କହିଛନ୍ତି ଯେ ତାଙ୍କ ଦେଶ ମନେ କରେ ଯେ ବୈଶ୍ୱିକ ବହୁମତର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଭାରତ, ବ୍ରାଜିଲ ଓ ଆଫ୍ରିକୀୟ ଦେଶମାନଙ୍କୁ ଜାତି ସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ରୂପେ ପ୍ରତିନିଧିତ୍ୱ ଦିଆଯିବା ଦରକାର, ଜାତୀୟ ଗଣମାଧ୍ୟମ ଟାସ୍ ଏହି ସୂଚନା ଦେଇଛି।

ରିପୋର୍ଟ ଅନୁସାରେ ଋଷିଆ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏ ନେଇ ଏଆଇଏଫ ଡଟ୍ ରୁ କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଭାରତ ଓ ବ୍ରାଜିଲ ଭଳି ଦେଶଙ୍କ ସହିତ ଆଫ୍ରିକାର ପ୍ରତିନିଧିମାନଙ୍କୁ ସୁରକ୍ଷା ପରିଷଦରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାୟୀ ଆଧାରରେ ରହିବାର ଥିଲା।

ବୈଶ୍ୱିକ ମହୁମତର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଏହା ଆବଶ୍ୟକ ଅଟେ।

ଭାରତ ସୁରକ୍ଷା ପରିଷଦରେ ସୁଧାର ଲାଗି ଦୀର୍ଘ ବର୍ଷରୁ କରାଯାଉଥିବା ପ୍ରୟାସରେ ସବୁଠୁ ଆଗରେ ଅଛି, ଯେଉଁଥିରେ ଏହାର ସ୍ଥାୟୀ ଓ ଅସ୍ଥାୟୀ ଉଭୟ ଶ୍ରେଣୀରେ ବିସ୍ତାର ସାମିଲ ରହିଛି ଓ କୁହାଯାଇଛି ୧୯୪୫ରେ ସ୍ଥାପିତ ୧୫ ଦେଶଙ୍କ ପରିଷଦ ଏକବିଂଶ ଶତାବ୍ଦୀର ଉଦ୍ଦେଶ୍ୟ ଲାଗି ଉପଯୁକ୍ତ ନୁହେଁ ଓ ସମକାଳୀକ ଭୂ ରାଜନୈତିକ ବାସ୍ତବିକତାକୁ ଆଦୌ ପ୍ରତିବିମ୍ବିତ କରୁ ନାହିଁ। ଦିଲ୍ଲୀ ଏହି କଥା ଉପରେ ଜୋର ଦେଉଛି ଯେ ସେ ହର୍ସ-ସୁ ଟେବୁଲରେ ଏକ ସ୍ଥାୟୀ ସିଟର ହକଦାର।

ଗତମାସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋନ ମିଳିତ ରୂପେ ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସ୍ଥାୟୀ ଆସନ ଲାଗି ଭାରତର ଦାବିକୁ ସମର୍ଥନ କରିଥିଲେ। ଗତଥର ୨୦୨୧-୨୨ରେ ଭାରତ ଜାତିସଂଘର ଉଚ୍ଚସ୍ତରୀୟ ସମ୍ମିଳନୀରେ ଆସ୍ଥାୟୀ ସଦସ୍ୟ ରୂପେ ବସିଥିଲା। ସମକାଳୀନ ବୈଶ୍ୱିକ ବାସ୍ତବିକତାକୁ ପ୍ରତିବିମ୍ବିତ କରିବା ଲାଗି ୟୁଏନଏସସିରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବଢାଇବା ପାଇଁ ଦାବି ଏବେ ବଢୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button