ଦେଶ ବିଦେଶ

ଫିକି-ଆନାରକ ରିପୋର୍ଟ: ଭାରତୀୟଙ୍କ ରିୟଲ ଇଷ୍ଟେଟ୍‌ ପସନ୍ଦଯୋଗ୍ୟ ନିବେଶ,ନୂଆ ଲଞ୍ଚ ପ୍ରପର୍ଟିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୧/୧୦: ନିବେଶର ବିଭିନ୍ନ ବିକଳ୍ପ ମଧ୍ୟରୁ ଭାରତୀୟମାନେ ରିୟଲ ଇଷ୍ଟେଟକୁ ସବୁଠୁ ବେଶି ପସନ୍ଦ କରୁଛନ୍ତି । ଚଳିତ ବର୍ଷ ପ୍ରଥମ ୬ ମାସରେ ପ୍ରାୟ ୫୯% ଲୋକଙ୍କ ଏ କ୍ଷେତ୍ରରେ ନିବେଶକୁ ପ୍ରାଥମିକତା ଦେଇଛନ୍ତି । ଏବେ ସହର ଗୁଡିକରେ ଭଡା ଜନୀତ ଆୟ ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ଭଡା ଜନୀତ ଆୟ ଲାଗି ପ୍ରିମିୟମ ପ୍ରପର୍ଟି କିଣାକୁ ବେଶି ପ୍ରାଥମିକତା ଦେଉଛନ୍ତି ଗ୍ରାହକ ।

୫୭% ନିବେଶକ ଏ ନେଇ ଆଗ୍ରହ ଦେଖାଉଥିବା ଶିଳ୍ପ ସଂଘ ଫିକି ଏବଂ ଆନାରକ ପ୍ରପର୍ଟି କନସଲଟାଣ୍ଟ ରିପୋର୍ଟରୁ ଜଣାପଡିଛି ।

ରିପୋର୍ଟ ମୁତାବକ, ୫୧% ଲୋକ ୩ ବିଏଚ୍କେ କିଣିବାକୁ ଗୁରୁତ୍ୱ ଦେଉଛନ୍ତି । ବଡ ଘର ଚାହିଦା ରହୁଥିବା ଏଥିରୁ ଜଣାପଡେ । ୬୭% ଲୋକ ଘରକୁ ନିଜସ୍ୱ ବ୍ୟବହାର ଏବଂ ୩୩% ନିବେଶ ଉଦ୍ଦେଶ୍ୟରେ ଘର କିଣୁଛନ୍ତି । ଏହି ରିପୋର୍ଟରେ ଦେଶର ରିୟଲ ଇଷ୍ଟେଟ ବଜାରର ପରିବର୍ତ୍ତିତ ସ୍ଥିତି ଏବଂ ଘରକ୍ରେତାଙ୍କ ମନୋଭାବ ଭଳି ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ସେବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ ରାଓ କହିଛନ୍ତି, କୌଣସି ଶିଳ୍ପର ଦୀର୍ଘମିଆଦି ସଫଳତା ଲାଗି ନିବେଶକଙ୍କ ଆତ୍ମବିଶ୍ୱାସ ଏକ ଜରୁରୀ ପ୍ରସଙ୍ଗ । ସ୍ୱଚ୍ଛତା ଏବଂ ଗଭର୍ଣ୍ଣାସ ଦ୍ୱାରା ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଯାଇପାରେ । ଅନୁପାଳନରେ ଦୃଢ଼ତା ଏବଂ ଉନ୍ନତ ଡିସକ୍ଲୋଜର ସଂସ୍ଥାଗତ ନିବେଶକଙ୍କ ମନୋଭାବକୁ ଦୃଢ଼ କରେ ।

ଫିକିର ପୂର୍ବତନ ସଭାପତି ସନ୍ଦୀପ ସୋମାନି କହିଛନ୍ତି ଯେ, ଏବେ ଗ୍ରାହକଙ୍କ ଫୋକସ ରେଡି ଟୁ ମୁଭ୍ ହୋମ ପ୍ରପର୍ଟି ତୁଳନାରେ ନିର୍ମାଣାଧିନ ପ୍ରପର୍ଟି ଆଡକୁ ଅଧିକ ରହିଛି । ଡେଭଲପରଙ୍କ ପ୍ରତି ଆତ୍ମବିଶ୍ୱାସ ଏବଂ ନିୟାମକ ପରିବେଶରେ ଉନ୍ନତି ହୋଇଥିବା ଏହା ଦର୍ଶାଉଛି । ପ୍ରସ୍ତୁତ ହୋଇ ରହିଥିବା ଘର ଗୁଡିକର ଚାହିଦା କମିଛି । ରେଡି ଟୁ ମୁଭ ଏବଂ ନୂଆ ଲଞ୍ଚ ପ୍ରପର୍ଟି ଅନୁପାତ ୨୦:୨୫ ରହିଛି । ୨୦୨୦ର ପ୍ରଥମ ୬ ମାସରେ ୪୬:୧୮ ରହିଥିଲା ।

୪୫ ଲକ୍ଷ ଟଙ୍କାରୁ ୯୦ ଲକ୍ଷ ଟଙ୍କାର ପ୍ରପର୍ଟି ସବୁଠାରୁ ଲୋକପ୍ରିୟ ରହିଛି । ତେବେ ଲୋକେ ଏବେ ପ୍ରିମିୟମ ପ୍ରପର୍ଟି ଆଡକୁ ମୁହାଁଉଛନ୍ତି । ୨୮% ଲୋକ ୯୦ ଲକ୍ଷ ଟଙ୍କାରୁ ୧.୫ କୋଟି ଟଙ୍କାର ଘର କିଣିବାକୁ ପସନ୍ଦ କରୁଛନ୍ତି । ଆପାର୍ଟମେଣ୍ଟ ସବୁଠାରୁ ପସନ୍ଦଯୋଗ୍ୟ ପ୍ରପର୍ଟି ପାଲଟିଛି । ଏ କ୍ଷେତ୍ରରେ ୫୮% ଲୋକ ନିଜର ପସନ୍ଦ ଦେଖାଉଛନ୍ତି ।

ଏହବାଦ ବାସଗୃହ ପ୍ଲଟଗୁଡିକ ମଧ୍ୟ ଲୋକପ୍ରିୟତା ହାସଲ କରୁଛି । ଦକ୍ଷିଣ ଭାଗରେ ଏହି ଧାରା ବେଶ ଉନ୍ନତ ରହିଥିବା ଏହି ରିପୋର୍ଟରେ କୁହାଯାଇଛି । ୯୮% ଘରକ୍ରେତା ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉବୋଲି ଚାହାନ୍ତି । ସେହିଭଳି ୯୩% ନିର୍ମାଣ ବେଳେ ଗୁଣବତ୍ତା, ୭୨% ଉତ୍ତମ ବାୟୁଚଳାଚଳ କରୁଥିବା ଘର ଆବଶ୍ୟକ କରୁଛନ୍ତି ।

୫୩% ଘରକ୍ରେତା ବର୍ତ୍ତମାନର ସୁଲଭ ହାଉସିଂ ବିକଳ୍ପ ପ୍ରତି ଅସନ୍ତୋଷ ପ୍ରକଟ କରିଛନ୍ତି । ପ୍ରକଳ୍ପର ସ୍ଥାନ, ନିର୍ମାଣ ଗୁଣବତ୍ତା ଏବଂ ଘରର ଆକାର ଭଳି ଦିଗ ଗୁଡିକ ନେଇ ସେମାନଙ୍କର ସମସ୍ୟା ରହୁଥିବା କହିଛନ୍ତି ଗ୍ରାହକ । ଆନାରକ ପ୍ରପର୍ଟି କନସଲଣ୍ଟାଣ୍ଟର ଅଧ୍ୟକ୍ଷ ଅନୁଜ ପୁରୀ କହିଛନ୍ତି, ଗ୍ରାହକଙ୍କ ପ୍ରପର୍ଟି କ୍ରୟ ମନୋଭାବ ସମ୍ପର୍କରେ ଶିଳ୍ପ ଅଂଶୀଦାରଙ୍କ ଜଣାଇବା ଲାଗି ଏହି ରିପୋର୍ଟ ଉଦ୍ଦିଷ୍ଟ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button