JYOTISHA SASTRA : ଭଗବାନ ପୂଜା କରନ୍ତି କାହାକୁ? ଆସନ୍ତୁ ଶୁଣିବା କୁନି ପ୍ରବଚକ ଦିତୀୟ କୃଷ୍ଣ ମୁହଁରୁ…
ସୁନାମଧନ୍ୟ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତାଙ୍କର ଅନେକ ପ୍ରବଚନ ଆପଣ ମାନେ ଶୁଣିଥିବେ।କୁନି ମୁହଁରେ ଜଗନ୍ନାଥ ଓ କୃଷ୍ଣଙ୍କ ବାଣୀ । ଅତି କମ୍ ବୟସରୁ କରୁଛନ୍ତି ଆଧ୍ୟାତ୍ମିକ ଚର୍ଚ୍ଚା। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।ଏତେ କମ୍ ବୟସରୁ କେଶବ ଦାସ ଦ୍ୱିତୀକୃଷ୍ଣ ଯେଉଁ ଭଳି ଭାବରେ ନିଜ ପ୍ରତିଭା କୁ ଲୋକମାନଙ୍କ ସାମ୍ନାରେ ପ୍ରଦର୍ଶିତ କରୁଛନ୍ତି ସେଥିରେ ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ପିଲାଟି ବେଳୁ ତାଙ୍କ ଭିତରେ ଏହି ପ୍ରତିଭା ପ୍ରସ୍ଫୁଟିତ ହୋଇ ଲୋକ ଲୋଚନକୁ ଆସି ପାରିଛି।ହାରମିନିୟମ ଓ ତାବଲାର ତାଳେ ତାଳେ ଗାଇ ଯାଉଛନ୍ତି ଅନେକ ବାଣୀ।
ଯେଉଁ ବୟସରେ ପିଲାମାନେ ମୋବାଇଲ୍ ଓ ଇଣ୍ଟରନେଟ୍ ଗେମ୍ରେ ବୁଡ଼ି ରହୁଛନ୍ତି ସେଠି କେଶବ ଦାଶ ମୋବାଇଲ ଓ ଇଣ୍ଟରନେଟକୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ ବ୍ୟବହାର କରୁଛନ୍ତି । ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ସେ ନିଜକୁ ପ୍ରବଚକ ହିସାବରେ ଗଢି ତୋଳିଛନ୍ତି ।ଆଜି ସବୁ ଛୁଆ ଇଣ୍ଟରନେଟ୍, ମୋବାଇଲ ମାଧ୍ୟମରେ ବୁଡି ରହୁଛନ୍ତି । କିନ୍ତୁ ଏହି ମୋବାଇଲ ଓ ଇଣ୍ଟରନେଟ୍ ତାଙ୍କୁ ଦିନେ ପ୍ରବଚକ ହିସାବରେ ଗଢିତୋଳିବ କେହି ଭାବି ନଥିଲେ । ତେବେ ନିକଟରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜଙ୍କ ଏକ ପ୍ରବଚନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥିବାର ଦେଖିବାକୁ ମିଳୁଛି। ତେବେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜଙ୍କ ଏକ ପ୍ରବଚନ ଖୁବ୍ ସରଳ ଭାଷାରେ ବୁଝାଇ କହିଛନ୍ତି କି ଭଗବାନଙ୍କୁ ତ ସମସ୍ତେ ପୂଜା କରନ୍ତି କିନ୍ତୁ ଭଗବାନ କାହାକୁ ପୂଜା କରନ୍ତି।
ସେ କହିଛନ୍ତି କି ଆନ୍ତରିକତା ଭକ୍ତି ଓ ଶ୍ରଦ୍ଧା ର ସହିତ ଯିଏ ଭଗବାନ ଙ୍କ ଉପାସନା କରିଥାଏ ସିଏ ହିଁ ଭଗବାନ ଙ୍କୁ ପାଇଥାଏ। ଶ୍ରଦ୍ଧାର ସହିତ ବିଶ୍ଵାସ ର ସହିତ ବ୍ରହ୍ମ ଙ୍କ ଉପାସକ ମାନେ ହିଁ ବ୍ରହ୍ମ ଙ୍କୁ ପାଇଥାନ୍ତି। ତେବେ ଭଗବାନ ଯେମିତି ଆମକୁ ସୋନ୍ତୋଷ କରାନ୍ତି ସେହିଭଳି ଜୀବ ମଧ୍ୟ ଭଗବାନ ଙ୍କୁ ସୋନ୍ତୋଷ କରିବା ଉଚିତ୍ ହୋଇଥାଏ। ତେବେ ଭଗବାନ ଜୀବକୁ ଦେଖି କିପରି ସନ୍ତୁଷ୍ଟ ହୁଅନ୍ତି ଭଗବାନ ଜୀବ ଦେହରେ ଦିବ୍ୟଜ୍ଞାନ କୁ ଦେଖି ସନ୍ତୁଷ୍ଟ ହୁଅନ୍ତି।
ଯେଉଁ ମାନଂକ ପାଖରେ ଦିବ୍ୟଜ୍ଞାନ ଅଛି ସେହି ମାନେ ହିଁ ଭଗବାନ ଙ୍କୁ ସୋନ୍ତୋଷ ଦେଇ ପାରନ୍ତି ସନ୍ତୁଷ୍ଟ କରି ପାରନ୍ତିତେବେ ସମସ୍ତେ ଭଗବାନ ଙ୍କୁ ସୁଖ ଦିଅନ୍ତୁ ନିଜ ଦିବ୍ୟଜ୍ଞାନ ଦ୍ଵାରା। ତେବେ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜଙ୍କ ଏମିତି ଏକ ପ୍ରବଚନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।