ଦେଶ ବିଦେଶ

ଗୋପନରେ ସ୍ୱରାଙ୍କ ବିବାହ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଗୋପନରେ ବିବାହ କରିଛନ୍ତି । ସ୍ୱରା ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ କରିଥିବା ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଫଟୋରେ ହାତରେ ମେହେନ୍ଦି ସହ ସ୍ୱରା ଲାଲି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିସହିତ ଏକ ଭିଡିଓ ସେୟାର କରି ସ୍ୱରା ତାଙ୍କ ପ୍ରେମ ସମ୍ପର୍କ କିପରି ଗଢ଼ି ଉଠିଥିଲା ସେସମ୍ପର୍କରେ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ସ୍ୱରା ଭାସ୍କର ଏହାପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କୁ ଡେଟ କରୁଥିଲେ । କିନ୍ତୁ ୨୦୧୯ରେ ଆପୋଷ ବୁଝାମଣାରେ ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button