ଦେଶ ବିଦେଶ

ବନ୍ଦେ ଭାରତ ଏକ୍ସପ୍ରେସରେ ଟିକେଟ ଠାରୁ ନେଇ ମେନ୍ୟୁ ଚାର୍ଟ ପର୍ଯ୍ୟନ୍ତ କାହା ଦର କେତେ ରହିଛି ? ମେନ୍ୟୁ ଚାର୍ଟରେ ଅଛି କେଉଁ ସବୁ ଆଇଟମ ?

ନମସ୍କାର ବନ୍ଧୁଗଣ । ପୁରୀ – ହାୱଡା ବନ୍ଦେ ଏକ୍ସପ୍ରେସ ରେ ଯାତ୍ରା କରୁଛନ୍ତି କି ? ତେବେ ଆପଣମାନେ ନିଶ୍ଚିତ ଜାଣିବା ଉଚିତ୍ ଯେ ମେନୁ ରେ କଣ ରହିଛି । ମଇ 18 ରୁ ପୁରୀ – ହାୱଡାରୁ ଦଉଡିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ଓଡିଶା ରେ ପ୍ରଥମ ମେଟ୍ରୋ ଟ୍ରେନ ର ଶୁଭାଆରମ୍ଭ ଲୋକମାନଙ୍କ ମଧ୍ୟରେ ଖୁସିର ବଢାଇଛି । ଲୋକମାନେ ଏହି ଏକ୍ସପ୍ରେସ୍ ରେ ଯାତ୍ରା କରିବାକୁ ଉଛୁକ । ଏହାର ଦର କେତେ ହୁଏ ପଛକେ  ଗ୍ରାହକ ଯାତ୍ରା କରିବାର ମନୋବୃତ୍ତି ଦେଖାଉଛନ୍ତି ।

ଆଜି ର ସୂଚନା ଅନୁସାରେ ପୁରୀ – ହାୱଡା ବନ୍ଦେ ଏକ୍ସପ୍ରେସ୍ ର ଟ୍ରେନ ରେ କଣ କହିବାକୁ ମିଳୁଛି ଓ କେତେ ଟଙ୍କାରେ ମିଳୁଛି । ଏହି ବିଷୟ ଜାଣିବା ପାଇଁ ଅନେକ ସମୟରେ ଲୋକମାନଙ୍କ ମଧ୍ୟରେ ଚର୍ଚା ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ଟ୍ରେନ ଭିତରେ ଗ୍ରାହକକୁ ଦିଆଯାଉଥିବା ସୁବିଧା ସମ୍ବନ୍ଧରେ ସୂଚନା ଦେବୁ । ଏହି ଟ୍ରେନକୁ ନେଇ ସୋସିଆଲ ମିଡିଆର୍ରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଅନ୍ୟ ଟ୍ରେନ ଅପେକ୍ଷା ନୂତନ ଏକ୍ସପ୍ରେସ୍ ର ବଢା ଅଧିକ । ରେଲୱେ  ସୂଚନା ମୁତାବକ  ହାୱଡା – ପୁରୀ ଚେୟାର କାର୍ ଟିକେଟ ୧୨୬୫ ଟଙ୍କା  ଏବଂ ଏକ୍ଜିକ୍ୟୁଟିଭ ଚେୟାର  ଟିକେଟ୍ ୨୪୨୦ ଟଙ୍କା ରହିଛି । ମାତ୍ର ପୁରୀ –  ହାୱଡା  ଗାଡିର ସେହି ସମାନ ପଥ ପାଇଁ ଚେୟାର କାର ଟିକେଟ ୧୪୩୦ ଓଏକ୍ଜିକ୍ୟୁଟିଭ ଚେୟାର  ଟିକେଟ୍ ର ଦର ୨୬୧୫ ରହିଛି ।

ତେବେ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଯଦି ଯାତ୍ରୀମାନେ ଟ୍ରେନ ରେ ଭୋଜନ ମନା କରନ୍ତି ତେବେ ଦର କମିଥାଏ ।   ହାୱଡା – ପୁରୀଯାଉଥିବା ଚେୟାର କାର ଯାତ୍ରୀଙ୍କ ଚା ‘ ଜଳଖିଆ ଓ ଖାଇବା ଲାଗି ୧୬୨ ଟଙ୍କା ଏକଜୁକ୍ୟୁଟିଭ ଚେୟାର ପାଇଁ ୧୯୫ ରହିଛି । ଅନ୍ୟପାଖରେ ପୁରୀ ରୁ   ହାୱଡା ଯାଉଥିବା ଯାତ୍ରୀଙ୍କ ଖାଇବା ଲାଗି ୩୨୮ ଟଙ୍କା ଏବଂ ଏକଜୁକ୍ୟୁଟିଭ ଯାତ୍ରା ପାଇଁ ୩୨୯ ଟଙ୍କା ଲାଗୁ କରିଛି । ବନ୍ଦେ  ଭାରତ ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମାଟି ପାତ୍ରରେ ଚା ‘ ଦିଆଯିବ ଏବଂ ଜଳଖିଆରେ ସିଙ୍ଗଡା, ମୁଗ ପ୍ଯାକେଟ, ସାଣ୍ଡୱିଚ ଆଦି ର ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ଭୋଜନରେ ଭାତ, ରୁଟି, ଡାଲି, ଆଚାର ଓ ସଂତୁଳା ଦିଆଯିବାର ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button