ଦେଶ ବିଦେଶ

କେବେ ବି ବୁଢାପା ଆସିବାକୁ ଦେବନି ଏହି ଚମତ୍କାରୀ ଫୁଲ, ପୁଣି ବାଳ ହେବ କଳା, ଚମକିବାକୁ ଲାଗିବ ଚେହେରା

ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଗଛ ବିଷୟରେ କହିବୁ ଯାହା ଦେଖିବାକୁ ଖୁବ ସାଧାରଣ କିନ୍ତୁ ଏହା ଦିବ୍ୟ ଗୁଣରେ ଭରପୁର । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଚେହେରାରେ ଚମକ ଆଣିବାରେ, ଆପଣଙ୍କ କେଶ କଳା ରଖିବାରେ ଓ ଆପଣଙ୍କୁ ବୁଢା ହେବାରୁ ବଞ୍ଚିବା ପାଇଁ ବହୁତ ଅଧିକ ଉପଯୋଗୀ ଅଟେ ।

କିନ୍ତୁ ଅନେକ ଲୋକ କେବଳ ପୂଜାରେ ଏହାର ଫୁଲକୁ ବ୍ୟବହାର କରନ୍ତି ଓ ଏହି ଫୁଲ ଗଛକୁ ଅଦରକାରୀ ବୋଲି ଭାବନ୍ତି । ବହୁତ ଲୋକ ଏହି ଗଛର ଏବଂ ଫୁଲର ଉପକାରିତା ବିଷୟରେ ଜାଣି ନାହାନ୍ତି । ଏହି ଫୁଲକୁ ସଦାବିହାରୀ, ସିନ୍ଧୁପୁଷ୍ପ ଓ ବାରାମାସୀ ମଧ୍ୟ କୁହାଯାଏ । କାରଣ ଏହି ଫୁଲ ବାରମାସ ଫୁଟିଥାଏ । ଆଜି ଆମେ ଆପଣଙ୍କୁ ଏହି ଫୁଲରେ ପ୍ରସ୍ତୁତ କିଛି ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ନିଜ ଚେହେରାକୁ ସଫାସୁତୁରା କରି ପାରିବେ ଏବଂ ବାଳକୁ କଳା ଓ ଶକ୍ତ କରି ପାରିବେ ।

ଏହାର ପ୍ରୟୋଗ କରି ଆପଣ ବୁଢା ପରି ଦେଖାଯିବାକୁ ମଧ୍ୟ ଏଡାଇ କରିବେ । ଏହି ସବୁ ପାଇଁ ଆପଣ କିପରି ଏହି ଫୁଲର ଉପଯୋଗ କରିବେ ତାହା ଆଜି ଆମେ ଆପଣଙ୍କୁ ଜଣେଇବୁ । ବାଳକୁ କଳା କରିବା ପାଇଁ ଆପଣ କିଛି ସଦାବିହାରୀ ପତ୍ର ନେଇ ତାକୁ ଭଲ ଭାବେ ପେଶୀ କରି ସେଥିରୁ ଦୁଇ ଚାମୁଚ ରସ ବାହାର କରି ଦିଅନ୍ତୁ । ଏହି ରସକୁ ଆପଣ ନିଜ କେଶରେ ଭଲ ଲାଗେ ଲଗାଇ ଦିଅନ୍ତୁ ଓ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଛାଡି ଦିଅନ୍ତୁ ।

ଏହାପରେ ଆପଣ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶକୁ କଳା କରିବା ସହ ଶକ୍ତ ଏବଂ ଚମକଦାର ମଧ୍ୟ କରିବ । ଆପଣଙ୍କ ବାଳକୁ ସୁସ୍ଥ ରଖିବା ପାଇଁ ଏହା ଦିବ୍ୟ ପ୍ରୟୋଗ ଅଟେ । ଯଦି ଆପଣ ନିଜ ଚେହେରାକୁ ସଫା ଏବଂ ଚମକଦାର ରଖିବାକୁ ଚାହାନ୍ତି ତେବେ କେବଳ ସଦାବିହାରୀ ଫୁଲକୁ ନେଇ ତାକୁ ପେଶୀ ସେଥିରୁ ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ସେଥିରୁ ଏକ ରୁ ଦୁଇ ଚାମୁଚ ପେଷ୍ଟ ନେଇ ନିଜ ଚେହେରାରେ ଲଗାଇ ଦିଅନ୍ତୁ ।

ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ନିଜ ଚେହେରାରେ ଲଗାଇ ରଖନ୍ତୁ, ତାପରେ ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହପରି କରିବା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠିବ ଓ ତ୍ଵଚା ମଧ୍ୟ କୋମଳ ଓ ସୁନ୍ଦର ଦେଖାଯିବ । ସେହିପରି ଆପଣ ନିଜ ତ୍ଵଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବାକୁ ଚାହୁଁଥିଲେ ଓ ଶୀଘ୍ର ବୁଢା ଦେଖାଯିବାକୁ ନ ଚାହୁଁଥିଲେ ଏହି ଉପାୟଟି ନିଶ୍ଚୟ କରନ୍ତୁ । ଦୁଇରୁ ତିନୋଟି ସଦାବିହାରୀ ଫୁଲ ଏବଂ ଦୁଇରୁ ତିନୋଟି ପତ୍ର ସମାନ ମାତ୍ରାରେ ନେଇ ଏହାକୁ ଭଲ ଭାବେ ପେଶୀ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button