ବ୍ୟବସାୟ

ବଜାଜ ଫାଇନାନ୍ସ, ଆରବିଏଲ ଓ ୟୁନିୟନ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ – Utkal Mail


ମୁମ୍ବାଇ : ବଜାଜ ଫାଇନାନ୍ସ, ଆରବିଏଲ୍ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । କେତେକ ନିୟମାବଳୀ ପାଳନ ନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବଜାଜ ଫାଇନାନ୍ସ ଉପରେ ୮.୫୦ ଲକ୍ଷ ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧ କୋଟି ଟଙ୍କା ଏବଂ ଆରବିଏଲ୍ ବ୍ୟାଙ୍କ ଉପରେ ୬୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କେତେକ ନିର୍ଦେଶାବଳୀ ପାଳନ କରିନଥିଲା। କେତେକ ପ୍ରକଳ୍ପ ପାଇଁ ବ୍ୟାଙ୍କ ଏକ ରିଅଲ ଇଷ୍ଟେଟ କମ୍ପାନିକୁ ମିଆଦୀ ଋଣ ଦେଇଥିଲା ଏବଂ ଏହି କ୍ଷେତ୍ରରେ ବ୍ୟାଙ୍କ ପ୍ରକଳ୍ପ ବିଷୟରେ ବିଶେଷ ଅନୁସନ୍ଧାନ କରିନଥିଲା।  ଯେଉଁ ପ୍ରକଳ୍ପ ପାଇଁ ପାଣ୍ଠି ପାରିତ ହୋଇଛି ସେଥିରେ ରାଜସ୍ୱର କୌଣସି ନିର୍ଦ୍ଦିଷ୍ଟ ଉତ୍ସ ଅଛି କି ନାହିଁ ତାହା ଯାଞ୍ଚ କରାଯାଇ ନଥିଲା । ଏଥିରେ ଆରବିଆଇ ଦ୍ୱାରା ଧାର୍ଯ୍ୟ ଗାଇଡଲାଇନକୁ ପାଳନ କରାଯାଇନଥିଲା ।

ଅନ୍ୟପକ୍ଷରେ ଏନବିଏଫସିରେ ଠକେଇ ଉପରେ ନଜର ରଖିବା ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶ ପାଳନ ନ କରିବା ଏବଂ କେତେକ ଜାଲିଆତି ସଂପର୍କରେ  ରିଜର୍ଭ ବ୍ୟାଙ୍କକୁ ସୂଚନା ନ ଦେବା ପାଇଁ ବଜାଜ ଫାଇନାନ୍ସ ଲିମିଟେଡ ଉପରେ ୮.୫ ଲକ୍ଷ ଟଙ୍କାର ଜରିମାନା ବସାଯାଇଛି । ସେହିପରି ଆରବିଏଲ ବ୍ୟାଙ୍କ ମଧ୍ୟ କେତେକ ନିୟମ ପାଳନ କରିନଥିଲା ।

 

 




Related Articles

Leave a Reply

Your email address will not be published. Required fields are marked *

Back to top button