ଦୁନିଆର ସବୁଠାରୁ ଶକ୍ତିଶାଳୀ ପକ୍ଷୀ, କ୍ଷଣିକରେ ନେଇପାରେ ଜୀବନ !
ନୂଆଦିଲ୍ଲୀ ୨୬।୧୦: ଯେତେବେଳେ ବି ପକ୍ଷୀମାନଙ୍କ ବିଷୟରେ କଥା ହୁଅନ୍ତି ସେତେବେଳେ ମନକୁ ଆସନ୍ତି ସୁନ୍ଦର ସୁନ୍ଦର ପକ୍ଷୀ ମାନେ । ଯେଉଁମାନଙ୍କୁ ଦେଖିବା ପରେ ମନ ଖୁସି ହୋଇଯାଏ । କିନ୍ତୁ ଜାଣନ୍ତି କି ଦୁନିଆରେ ଏପରି କିଛି ପକ୍ଷୀ ଅଛନ୍ତି, ଯେଉଁମାନଙ୍କ ଠାରୁ ମଣିଷଙ୍କ ଜୀବନ ପ୍ରତି ବିପଦରେ ଅଛି । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ…
ହାର୍ପି ଇଗଲ । ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ସବୁଠାରୁ ବଡ ଶିକାରୀ ଭାବେ ଜଣାଶୁଣା । ହାର୍ପି ଇଗଲର ମୁଖରେ ଥିବା ପକ୍ଷୀ ତାର ଶ୍ରବଣ କ୍ଷମତାକୁ ବଢାଇଥାଏ । ଏହା ଗଛରେ ରହୁଥିବା ଜୀବଙ୍କର ଶୀକାର କରିବାରେ ମାହିର ହୋଇଥାଏ ।
ଯଦି କୌଣସି ମଣିଷ ସେମାନଙ୍କ ଶିକାର ମଝିରେ ଆସିଯାଏ ତେବେ ସେମାନେ କିଛି ଚିନ୍ତା ନକରି ମଣିଷଙ୍କୁ ଆକ୍ରମଣ କରିଦିଅନ୍ତି । ଆଉ ଗୁରୁତର ଭାବରେ ଆହତ କରିଦିଅନ୍ତି । ସେମାନେ ଶିକାର ପାଇଁ ବୁଲିବାକୁ କିମ୍ବା ଗୋଡାଇବାକୁ ପସନ୍ଦ କରନ୍ତିନି । ଏମାନେ ଲୁଚିକି ଶିକାର କରିଥାନ୍ତି ।
ହାର୍ପି ଇଗଲ ଗୁଡିକ ସବୁଠାରୁ ଭାରୀ ଏବଂ ବୃହତ୍ ଶିକାରୀ ପକ୍ଷୀ ଅଟେ । ଏହାର ଓଜନ ୨୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କର ସାଧାରଣତଃ ୬ ଫୁଟର ଡେଣା ହୋଇଥିବା ବେଳେ ୪୦ ଇଞ୍ଚ ପର୍ଯ୍ୟନ୍ତି ଲମ୍ବା ହୋଇଥାନ୍ତି ।