ବିଚାର

କଣ କରିଲେ ଧନ ବୃଦ୍ଧି ହୋଇଥାଏ ? ଏହା ସହ ଜାଣନ୍ତୁ ଆହୁରି କିଛି ଅନୁଚିନ୍ତା

ବନ୍ଧୁଗଣ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ ଯାହା ଆପଣଙ୍କ ଜୀବନରେ ଅନେକ ଶୁଭଫଳ ନେଇକି ଆସିବ । ୧- ଧାନ, ମୁଗ, ମାଣ୍ଡିଆ, ଗହମ, ସୋରିଷ, କାଳ ରାଶି ଏତିକିରୁ କିଛି କିଛି ସଂଗ୍ରହ କରି ଗୋଟେ କନାରେ ବାନ୍ଧି ସବୁ ରୁମରେ ଗୋଟେ ଗୋଟେ କନା ରଖିବା ଦ୍ଵାରା ଘରେ କେବେ ବି ଧନର ଅଭାବ ହେବ ନାହିଁ ।

୨- କିଛି ମହିଳା ମାନେ ସାଇଟ ସୂତାନି କରି ସିନ୍ଦୁର ପିନ୍ଧିଥାନ୍ତି । ଏହା ସଂପୂର୍ଣ୍ଣ ଭୁଲ । ତେଣୁ ମଝି ସୂତାନି କରି ନାରୀମାନେ ସିନ୍ଦୁର ପିନ୍ଧିବା ଉଚିତ ।

 

୩- ରଜ ପର୍ବରେ ଜମିରେ ହଳ ବୁଲାନ୍ତି ନାହିଁ । ରଜ ସଙ୍କ୍ରାନ୍ତି ଦିନ ଦୁଆର ମୁହଁରେ ହଳଦିଆ ଚିତା ଉପରେ ନାଲି ଚିତା ମାରିଲେ ଆସନ୍ତା ରଜ ଯାଏଁ ଘରେ ଅସାନ୍ତି ହେବ ନାହିଁ ଓ ମନ ଶାନ୍ତ ରହିବ ।

୪- ମନି ପର୍ସରେ ଓସ୍ତ ଗଛ ଯାହା ଫଟା ନ ଥିବ ତାହାକୁ ଗଙ୍ଗା ଜଳରେ ଧୋଇ କେସରରେ ଶ୍ରୀ ଲେଖି ପର୍ସ ରେ ରଖନ୍ତୁ । ଏହା ଦ୍ଵାରା କେବେବି ଧନର ଅଭାବ ହେବ ନାହିଁ ।

୫- ଘରେ ସବୁବେଳେ ଛାତ ଘର ଟକଟକ ହୋଇ ଫୁଟୁଛି। ଅଶୁଭ ସ୍ଵପ୍ନ ଦେଖୁଛନ୍ତି, ନେଗେଟିଭ କିଛି ହେବାର ଅନୁଭବ କରୁଛନ୍ତି । ତେବେ ରାତିରେ ଶୋଇବା ପୂର୍ବରୁ ଖବରକାଗଜରେ ଅଳ୍ପ ଲୁଣ ରଖିକି ଘରର ଯେ କୌଣସି କୋଣରେ ରଖନ୍ତୁ । ସକାଳୁ ଉଠିବା ପରେ ଅଧୂଆ ମୁହଁରେ, ବିନା କଥା ନ କହି ଖବରକାଗଜକୁ ନେଇ ନାଳ ବା ପାଣିରେ ଭସାଇ ଦିଅନ୍ତୁ ।

୬- ଯେଉଁ ଦିନ ଓଷା ବ୍ରତ କରନ୍ତି ସେଦିନ ବହୁତ ବାରଣ କରାଯାଏ । ଯେ କୌଣସି ଓଷା କରନ୍ତୁ କିଛି ଜିନିଷ ଖାଇବା ଦ୍ଵାରା ତାହା ଅପରାଧ ନୁହେଁ । ଆଖୁ, ପାଣି, କ୍ଷୀର, ପାନ, ଫଳ, ଔଷଧ ଖାଇଲେ କିଛି ଦୋଷ ଲାଗେ ନାହିଁ ।

୭- କୌଣସି ବ୍ୟକ୍ତିଙ୍କର ସ୍କିନ ସମସ୍ଯା ହେଉଥିଲେ ପ୍ରତି ମଙ୍ଗଳବାର ଦିନ ଗାଧୋଇବା ପରେ ମୁଣ୍ଡ ଭୂମିରେ ବା ମାଟିରେ ଲଗାଇ ମୁଣ୍ଡିଆ ମାରିବା ଉଚିତ । ଯେମିତି ମୁଣ୍ଡରେ ମାଟି ଲାଗିବ । ଦେଖିବେ ଚର୍ମ ରୋଗ ଦୂର ହୋଇଯିବ ।

୮- ଯଦି ରାସ୍ତା ରେ ଯାଉଥିବା ସମୟରେ ବିଷଧର ସାପ ଦଂସନ କରେ ତେବେ ୧୨ ବର୍ଷରୁ ଅଧିକ ବୟସର ପୁରୁଷ ଲୋକର ପରିସ୍ରା ସେବନ କରାନ୍ତୁ । ପ୍ରଥମ ପରିସ୍ରାର ଧାର ତଳେ ପକାଇବା ପରେ ବାକି ସବୁ ସେବନ କରନ୍ତୁ । ଏହା ବହୁ ପରୀକ୍ଷିତ ଅଟେ ।

୯- ଖାଇବା ସମୟରେ କିଛି ଲୋକ ଲୁଣ ଅଧିକା ମାଗିଥାନ୍ତି ଆଉ ତଳେ ପକାଇ ଦେଇଥାନ୍ତି । କିନ୍ତୁ କେବେବି ଲୁଣ ତଳେ ପକାଇବା କି ନିଜ ବସ୍ତ୍ର ରେ ପୋଛିବା ଉଚିତ ନୁହେଁ । ଏହା ଦ୍ଵାରା ଋଣ ବଢିବ ।

୧୦- ଲୋକମାନେ ପୂଜା କରିବା ବେଳେ ବିଭିନ୍ନ ପ୍ରକାରର ଫଳ ଭୋଗ ଲଗାଇଥାନ୍ତି । ଯଦି ଜାଆଁଳା କଦଳୀ ପାଆନ୍ତି ତେବେ ଶୁଭ ହୋଇଥାଏ । ମହାଦେବଙ୍କ ପୂଜା ଜାଆଁଳା କଦଳୀ ଘର୍ଷଣ କରିଲେ ସନ୍ତୁଷ୍ଟ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button