ସ୍ୱାସ୍ଥ୍ୟ

ଗୋଟେ ଶୂକ୍ରାଣୁରୁ 2 ଟି ପିଲା କେମିତି ଜନ୍ମ ହୁଅନ୍ତି : ଏହା ପଛରେ କଣ ରହିଛି ବୈଜ୍ଞାନିକ ରହସ୍ୟ ?

ପ୍ରତି ମାସରେ ମହିଳାଙ୍କ ଓଭାରିରୁ ଗୋଟିଏ ଅଣ୍ଡା ନିର୍ଗତ ହୋଇଥାଏ । ଯାହାକି ଗୋଟିଏ ପୁରୁଷ ଶୂକ୍ରାଣୁ ସହ ମିଶି ଭ୍ରୁଣ ସୃଷ୍ଟି କରିଥାଏ ଓ ସେଥିରୁ ପିଲା ଜନ୍ମ ହୋଇଥାନ୍ତି । କିନ୍ତୁ କିଛି ମହିଳାଙ୍କ କ୍ଷେତ୍ରରେ ଏକାସାଥେ ଦୁଇଟି କିମ୍ବା ତିନୋଟି ପିଲା ଜନ୍ମ ହେଉଥିବାର ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଜାଆଁଳା ଛୁଆ ଜନ୍ମ ହେବା ପଛରେ କଣ ରହିଛି ବୈଜ୍ଞାନିକ କାରଣ ।

ଅନେକ ସମୟରେ ଗୋଟିଏ ଶୂକ୍ରାଣୁରୁ ଏକାସାଥେ ଦୁଇଟି ଭ୍ରୁଣ ତିଆରି ହୋଇଥାନ୍ତି । ଯାହା ଗୋଟିଏ ଅଣ୍ଡାରୁ ତିଆରି ହୋଇଥାଏ । ଏଥିରୁ ଦୁଇଟି ଝିଅ କିମ୍ବା ଦୁଇଟି ପୁଅ ଜନ୍ମ ନେଇଥାନ୍ତି । ଉଭୟ ଛୁଆ ଦେଖିବାକୁ ଏକା ଭଳି ହୋଇଥାନ୍ତି ଏବଂ ସେମାନଙ୍କ DNA ମଧ୍ୟ ସମାନ ହୋଇଥାଏ । ହେଲେ ଉଭୟଙ୍କ ଫିଙ୍ଗର ପ୍ରିଣ୍ଟସ୍ ଅଲଗା ହୋଇଥାଏ । ଏଭଳି identical twins ଙ୍କୁ ମନୋଜାଇଗୋଟିକ twins କୁହାଯାଏ ।

କିନ୍ତୁ ବେଳେବେଳେ ମହିଳାଙ୍କ ଶରୀରରେ ଏକାସାଥେ ଦୁଇଟି ଅଣ୍ଡା ନିର୍ଗତ ହୋଇଥାଏ । ଯେଉଁଥି ପାଇଁ ଦୁଇଟି ଶୂକ୍ରାଣୁ କୋଷର ଆବଶ୍ୟକତା ପଡିଥାଏ । ଏହାଦ୍ବାରା ଦୁଇଟି ଅଲଗା ଅଲଗା ଭ୍ରୁଣ ତିଆରି ହୋଇଥାନ୍ତି । ଯେଉଁଥି ପାଇଁ ଛୁଆଙ୍କର ଲିଙ୍ଗ ବି ଅଲଗା ହେବାର ସମ୍ଭାବନା ଥାଏ ।

ଦୁଇଟି ଯାକ ଭ୍ରୁଣ ଅଲଗା ପ୍ରୋସେସରେ ତିଆରି ହେଉଥିବାରୁ ଏମାନଙ୍କ ମଧ୍ୟରେ ସେତେଟା ସମାନତା ନଥାଏ । ଏମାନଙ୍କୁ ଡାଇଜାଇଗୋଟିକ twins ବୋଲି କୁହାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button