ଦେଶ ବିଦେଶ

2023 ଜୁନ ମାସରେ 12 ଦିନ ବ୍ୟାଙ୍କ ରହିବ ବନ୍ଦ! ଅସୁବିଧାରେ ନ ପଡିବା ପାଇଁ ଜାଣି ନିଅନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୁନ ମାସରେ ୧୨ ଦିନ ବ୍ଯାଙ୍କ ବନ୍ଦ ରହିବ । ତେବେ ସୂଚନା ଅନୁଯାଇ ଆସନ୍ତା ଜୁନ ମାସରେ ମୋଟାମୋଟି ୧୨ ଦିନ ବ୍ଯାଙ୍କ ଛୁଟି ରହିବ । ଯେଉଁ ମାନେ ୨୦୦୦ ଟଙ୍କିଆ ନୋଟ ବଦଳ କରିବା ପାଇଁ ଜୁନ ମାସରେ ଧାର୍ଯ୍ୟ ରଖିଛନ୍ତି । ତେବେ ସେମାନଙ୍କୁ ଏହିସବୁ ବ୍ଯାଙ୍କର ହଲିଡେ’ ଉପରେ ଧ୍ୟାନ ଦେବା ପାଇଁ ପଡିବ । କାରଣ ବ୍ଯାଙ୍କର ହଲିଡେ’ ମାନଙ୍କରେ ବ୍ଯାଙ୍କରେ ନୋଟ ଅଦଳବଦଳ ସହ କୌଣସି ମଧ୍ୟ ବ୍ଯାଙ୍କ ସମ୍ପର୍କିତ କାର୍ଯ୍ୟ କରାଯାଇନଥାଏ ।

ତେଣୁ ବ୍ଯାଙ୍କରେ ଯଦି ଜୁନ ମାସରେ ଆପଣ କିଛି ୨୦୦୦ ଟଙ୍କିଆ ନୋଟର ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି । ତାହେଲେ ଜୁନ ମାସରେ ରହିଥିବା ଏହି ସମସ୍ତ ଛୁଟି ଦିନ ଉପରେ ଟିକେ ନଜର ପକାଇ ଦିଅନ୍ତୁ । ଯାହା ଦ୍ଵାରା ଆପଣ ସେହି ଦିନ ଗୁଡିକ ଛାଡି ଅନ୍ୟ ବାକି ଦିନ ମାନଙ୍କରେ ନୋଟର ବଦଳି କରିପାରିବେ । ରିଜର୍ଭ ବ୍ଯାଙ୍କର ୱେବସାଇଟର ହଲିଡେ’ ର ସୂଚନା ଅନୁଯାଇ ୧୨ ଟି ଛୁଟି ବିଭିନ୍ନ ରାଜ୍ୟରେ ବିଭିନ୍ନ ରହିବ ।

ଜୁନ ୪ ତାରିଖରେ ରବିବାର ହେତୁ ସବୁ ରାଜ୍ୟରେ ଏହି ଦିନ ବ୍ଯାଙ୍କ ବନ୍ଦ ରହିବ । ଜୁନ ୧୦ ତାରିଖ ଦିତୀୟ ଶନିବାର ହେତୁ ବ୍ଯାଙ୍କ ଗୁଡିକ ବନ୍ଦ ରହିବ । ଜୁନ ୧୧ ରେ ରବିବାର ହେତୁ ବନ୍ଦ ରହିବ । ଜୁନ ୧୫ ରେ ଓଡିଶା ଓ ମିଜୋରାମରେ ବ୍ଯାଙ୍କ ବନ୍ଦ ରହିବ । କାରଣ ଏହି ଦିନ ରାଜ ସଙ୍କ୍ରାନତି ପଡୁଛି । ଜୁନ ୧୮ ଓ ୨୦ ରେ ରେ ବ୍ଯାଙ୍କ ବନ୍ଦ ରହିବ । କାରଣ ରଥଯାତ୍ରା ହେତୁ ବ୍ଯାଙ୍କ ବନ୍ଦ ରହିବ ।

ଜୁନ ୨୪ ଚତୁର୍ଥ ଶନିବାର ହେତୁ ବ୍ଯାଙ୍କ ବନ୍ଦ ରଖାଜୀବ । ଜୁନ ୨୫ ରେ ରବିବାର କାରଣରୁ ବ୍ଯାଙ୍କ ବନ୍ଦ ରହିବ । ଜୁନ ୨୬ ତାରିଖରେ ଖାଞ୍ଚି ପୂଜା ଯୋଗୁ ତ୍ରିପୁରାରେ ବ୍ଯାଙ୍କ ବନ୍ଦ ରହିବ । ଜୁନ ୨୮ ଇଦୁଲ କରରୁ କେରଳ, ମହାରାଷ୍ଟ୍ର ଓ ଜମ୍ମୁକାଶ୍ମୀରରେ ବ୍ଯାଙ୍କ ବନ୍ଦ ରହିବ । ଜୁନ ୨୯ ଓ ୩୦ ମଧ୍ୟ ବ୍ଯାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button