ଓଡିଶା

ଖାଦ୍ୟ ଅନ୍ୱେଷଣରେ ଆସିଥିଲେ, କୂଅରେ ପଡ଼ିଗଲେ ୨୮ ବାରହା

ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲେ ପ୍ରାୟ ୨୮ ବାରହା। ଗତରାତିରେ ବାରହାମାନେ କୂଅରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ସଦର ରେଞ୍ଜ ଭଗାମୁଣ୍ଡା ଗାଁର ଘଟିଛି।

ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଭଗାମୁଣ୍ଡା ଗାଁମୁହାଁ ହୋଇଥିଲେ। ମାତ୍ର ହଠାତ୍ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ।

ଆଜି ସକାଳେ ଏକ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରହାମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି। ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି।

ମାତ୍ର ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦନ ହେବାକୁ ପଡ଼ୁଛି। କାରଣ କୂଅ ଭିତରେ ଦୀର୍ଘ ସମୟ ହେଲା ପଡ଼ି ଯାଇଥିବା ବାରହାମାନେ ହିଂସ୍ର ହୋଇଯିବାରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହେଉଛି। ତେଣୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ କୁହାଯାଇଥିବା ବେଳେ ସେମାନେ ତାହାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button