ଦେଶ ବିଦେଶ

ପଶ୍ଚିମବଙ୍ଗ ବନ୍ଦ : ବିଜେପି ନେତା ଉପରେ ଫାୟାରିଂ ଅଭିଯୋଗ, ସେପଟେ ହେଲମେଟ ପିନ୍ଧି ବସ୍‌ ଚଲାଉଛନ୍ତି ଡ୍ରାଇଭର

କୋଲକତା ଆରଜି କର ହସପିଟାଲ ଏବଂ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆନ୍ଦୋଳନ ତୀବ୍ର ରୂପ ନେଇଛି । ପଶ୍ଚିମବଙ୍ଗରେ ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିଛି । ଏହାରି ମଧ୍ୟରେ ବିଜେପି ଆଜି ୧୨ ଘଣ୍ଟିଆ ପାଇଁ ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି ।

ଭାଟପାଡାରେ ବନ୍ଦ ପାଳନ ସମୟରେ ବିଜେପି ନେତା ଉପରେ ଫାୟାରିଂ ହୋଇଥିବା ଖବର ମିଳିଛି ।

ବିଜେପି ନେତା ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି କି, ଭାଟପାଡାରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କ କର ଉପରେ ୬ ରାଉଣ୍ଡ ଫାୟାରିଂ ହୋଇଛି । ଫାୟାରିଂରେ କାରରେ ଥିବା ଜଣେ ବିଜେପି ସମର୍ଥକ ଆହତ ହୋଇଛନ୍ତି । ଆହତଙ୍କ ନାମ ରବି ସିଂ ବୋଲି ଜଣାପଡିଛି । ତାଙ୍କୁ ହସପିଟାଲରେ ଆଡମିଟ୍‌ କରାଯାଇଛି ।

ତେବେ ବିଜେପି ବନ୍ଦ ଡାକରାରେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଛି । ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରାରେ ନର୍ଥ ବଙ୍ଗାଳ ଷ୍ଟେଟ ଟ୍ରାନ୍ସପୋର୍ଟ କର୍ପୋରେସନ( NBSTC) ବସ ଡ୍ରାଇଭର ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧି ବସ୍‌ ଚଳାଉଛନ୍ତି । ସୁରକ୍ଷା ଦୃଷ୍ଟିରୁ ବସ୍‌ ଡ୍ରାଇଭର ହେଲମେଟ ପିନ୍ଧି ଗାଡି ଚଲାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button